Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୟାଗଡ଼ରେ ଚାଞ୍ଚଲ୍ୟ: ଗୋଟିଏ ଘରେ ପଡ଼ିରହିଛି ବାପା ଝିଅଙ୍କ ମୃତଦେହ

Odisha

ନୟାଗଡ଼ରେ ଚାଞ୍ଚଲ୍ୟ: ଗୋଟିଏ ଘରେ ପଡ଼ିରହିଛି ବାପା ଝିଅଙ୍କ ମୃତଦେହ

Ritu Das
Browse all articles by Ritu Das
·1 year ago·1 min read
ନୟାଗଡ଼ରେ ଚାଞ୍ଚଲ୍ୟ: ଗୋଟିଏ ଘରେ ପଡ଼ିରହିଛି ବାପା ଝିଅଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: ନୟାଗଡ଼ରୁ ସାମ୍ନାକୁ ଆସିଛି ବଡ଼ ଦୁଃଖଦ ଖବର। ଗୋଟିଏ ଘରେ ପଡ଼ିରହିଛି ବାପ ଝିଅଙ୍କ ମୃତ ଦେହ। ଝିଅକୁ କୌଣସି ବିଷାକ୍ତ ଦ୍ରବ୍ୟ ଦେଇ ବାପା ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୋଲିସ। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏ ଅସ୍ପଷ୍ଟ ରହିଛି। ନୟାଗଡ଼ ସହର ଦେବୋତ୍ତର ଲେନ 4 ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମୃତକ ଦ୍ବୟ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଗତ 3 ମାସ ପୂର୍ବରୁ ଦ୍ୱିତୀୟ ବିବାହ କରିଥିଲେ। ସବୁ କିଛି ଠିକଠାକ ଥିଲା। 

ଗତ ସୋମବାର ପତ୍ନୀ ନିଜ ବାପ ଘରକୁ ଯାଇଥିଲେ। ବାପ ଘରେ ୨ ଦିନ ରହି ନୟାଗଡ଼ ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା। ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ। ପରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ l ସ୍ଥାନୀୟ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପହଞ୍ଚି ଘରର ତାଲା ଭାଙ୍ଗି ଘରେ ପଶିଥିଲା। 

ଘର ଭିତରେ ବାପାର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତଦେହ ବେଡରେ ପଡ଼ିରହିଛି। ଝିଅକୁ କୌଣସି ବିଷାକ୍ତ ଖାଦ୍ୟ ଦେବା ପରେ ପୁଲକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଅନୁମାନ କରୁଥିବା ବେଳେ ସବୁଦିଗକୁ ନେଇ ତଦନ୍ତ ଜାରି ରଖିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
dead bodies | Argus News