Religious Dispute / ୩ ଦିନ ହେଲା ଘରେ ପଡ଼ିଛି ମୃତଦେହ; ଧର୍ମ ପରିବର୍ତ୍ତନ ପାଇଁ ମିଳୁନି ମଶାଣି
·6 months ago·2 min read

Key Points
୩ ଦିନ ବିତିଲାଣି । କିନ୍ତୁ ମୃତଦେହକୁ ଶ୍ମଶାନ ମିଳୁନି । ୪୮ ଘଣ୍ଟାରୁ ଅଧିକ ସମୟ ବିତିଥିବା ବେଳେ ଧର୍ମ ପରିବର୍ତ୍ତନ ପାଇଁ ହୋଇପାରୁନି ମୃତଦେହ ସତ୍କାର ।
ଜଳେଶ୍ଵର (ବାଲେଶ୍ଵର): ନିସ୍ତେଜ ହୋଇ ଯାଇଛି ଶରୀର, ଭୂଇଁରେ ଲୋଟି ପଡ଼ିଛି । ଏମିତି ୩ ଦିନ ବିତିଲାଣି । କିନ୍ତୁ ମୃତଦେହକୁ ଶ୍ମଶାନ ମିଳୁନି । ୪୮ ଘଣ୍ଟାରୁ ଅଧିକ ସମୟ ବିତିଥିବା ବେଳେ ଧର୍ମ ପରିବର୍ତ୍ତନ ପାଇଁ ହୋଇପାରୁନି ମୃତଦେହ ସତ୍କାର ।
ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା କାଳିକ ଗ୍ରାମ ପଞ୍ଚାୟତର ରଙ୍ଗାମାଠିଆ ଗାଁରେ । ସୂଚନା ଅନୁସାରେ, ମୃତ ବୃଦ୍ଧ ପ୍ରାୟ ୧୫ ବର୍ଷ ତଳେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ । କିନ୍ତୁ ସେ ମୂଳତଃ ସାନ୍ତାଳୀ ଆଦିବାସୀ ସମ୍ପ୍ରଦାୟର ।
ଏଥିସହ ପଢ଼ନ୍ତୁ: ଗରିବଙ୍କ ମୁଣ୍ଡକୁ ମିଳିବ ଛାତ; ଏଇ ମାସରେ ୧୦ ଲକ୍ଷ ପକ୍କା ଘର ବାଣ୍ଟିବେ ସରକାର
ବୃଦ୍ଧଙ୍କ ମୃତ୍ୟୁ ପରେ ପୁଅ ନିଜ ବାରି ପଛ ପଟେ ମୃତଦେହକୁ ପୋତିବାକୁ ଚାହୁଁଛନ୍ତି । କିନ୍ତୁ ସାନ୍ତାଳୀ ରୀତିନୀତି ଅନୁସାରେ କରିବାକୁ ଆଦିବାସୀ ସଂଗଠନ ଅଡ଼ି ବସିଛନ୍ତି ।
ଯାହାକୁ ନେଇ ୩ ଦିନ ହେଲା ଘରେ ସେମିତି ପଡ଼ି ରହିଛି ମୃତଦେହ । ପୁଅ ଓ ଗ୍ରାମବାସୀଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି । ଗ୍ରାମବାସୀଙ୍କ କହିବା କଥା, ଖ୍ରୀଷ୍ଟ ଧର୍ମ ଅନୁସାରେ ସେମାନଙ୍କ କବର ସ୍ଥାନରେ ଶବ ସତ୍କାର କରନ୍ତୁ । ଗାଁରେ କିମ୍ବା ବାଡ଼ିରେ କଲେ ହିନ୍ଦୁ ଧର୍ମ ଅନୁସାରେ କରନ୍ତୁ ।
ମୃତଦେହ ସତ୍କାରକୁ ନେଇ ବିବାଦ ଲାଗି ରହିଥିବା ବେଳେ ପୋଲିସ ପହଞ୍ଚିଛି । ଜଳେଶ୍ଵର ଏସଡିପିଓ ପହଞ୍ଚି ମୃତକଙ୍କ ପୁଅ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବା ବେଳେ କୌଣସି ସମାଧାନ ବାହାରି ପାରିନି ।
ଏଥିସହ ପଢ଼ନ୍ତୁ: +୨ ପାସ୍ କରିଥିଲେ ସରକାରୀ ଚାକିରି, କେମିତି ପାଇବେ ଜାଣନ୍ତୁ...
ରଙ୍ଗାମାଠିଆ ଗାଁର ଛୁଟା ହାଁସଦା ୧୫ ବର୍ଷରୁ ଅଧିକ ବର୍ଷ ହେବ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ । ଆଉ ଏବେ ମୃତ୍ୟୁ ପରେ ସେହି ଧର୍ମ ପାଇଁ ଶବ ସତ୍କାର ହୋଇ ପାରୁନି । ଗ୍ରାମବାସୀ ଓ ପୁଅର ଜିଦ୍ ପାଇଁ ମୃତଦେହ ସେମିତି ୩ ଦିନ ହେଲା ଘରେ ପଡ଼ି ରହିଛି ।
ତେବେ ଉକ୍ତ ଅଞ୍ଚଳରେ ଏହା ପ୍ରଥମ ଘଟଣା ନୁହେଁ । ଦୀର୍ଘ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳର ଆଦିବାସୀଙ୍କୁ ପ୍ରଲୋଭିତ କରି ଏଭଳି ଭାବେ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଯାଉଛି । ଯାହାକୁ ଆଦିବାସୀ ସଂଗଠନ ବିରୋଧ କରିବା ସହ ସେଥିରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories