Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅବସରପ୍ରାପ୍ତ ଶିକ୍ଷକଙ୍କ ମନ୍ଦିର ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର  

Smruti Parija
Browse all articles by Smruti Parija
·1 year ago·1 min read
ଅବସରପ୍ରାପ୍ତ ଶିକ୍ଷକଙ୍କ ମନ୍ଦିର ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର  

ବ୍ରହ୍ମପୁର: ମା' ଘୋଡ଼ାହାଟ ଦେବୀଙ୍କ ପାଖରେ ୨୧ ଦିନ ଧରି ଅଧିଆ ପଡିଥିବା ବୁଗୁଡ଼ା ବ୍ଲକର ନୁଗୁଡୁ ଗ୍ରାମର ୬୦ ବର୍ଷୀୟ ଅବସର ପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଦାନଙ୍କ ମନ୍ଦିର ପରିସରରେ ଆତ୍ମହତ୍ୟା l ଆତ୍ମହତ୍ୟାର କାରଣ ଅସ୍ୱଷ୍ଟ l ସୂଚନା ଅନୁସାରେ  ଦୀର୍ଘ ୨୧ ଦିନ ଧରି ଅବସର ପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଦାନ ମା' ଘୋଡ଼ାହାଟ ଦେବୀଙ୍କ ନିକଟରେ ଅଧିଆ ପଡିଥିଲେ l ଆଜି ତାଙ୍କର ମାନସିକର ୨୧ ଦିନ ପରିଥାନ୍ତା ।  

ଗତକାଲି ସେ ମାନସିକ ପୂର୍ଣ୍ଣ କରି ଘରକୁ ଫେରିବା କଥା କହୁଥିବା ବେଳେ ଆଜି ମନ୍ଦିର ପରିସରରେ ତାଙ୍କର ଝୁଲନ୍ତା ମୃତ ଦେହ ମିଳିଛି l ଆଗରୁ ମଧ୍ୟ ସେ ସେଠାରେ ଚାରି ଥର ଏମିତି ଅଧିଆ ପଡିଥିଲେ ଏବଂ ଦୁଇ ଦୁଇ ଥର ମାନସିକ ପୂର୍ଣ୍ଣ ହୋଇଥିବା କଥା ପରିବାରକୁ କହିଛନ୍ତି l ହେଲେ ଆଜି ତାଙ୍କର  ମନ୍ଦିର ପରିସରରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ମିଳିବା ପରେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି l 

ତେବେ ଘଟଣାର ଖବର ପାଇ ବରଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହାସହ ଶବ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Dead body of retired teacher recovered from temple premises | Argus News