-ଜଗତପୁର ଥାନା ପ୍ରଧାନପଡ଼ା ଗାଁ କ୍ଲବରୁ ମୃତଦେହ ଉଦ୍ଧାର

କଟକ: କଟକ ଜିଲ୍ଲା ସାଲେପୁର ବ୍ଳକ ଅନ୍ତର୍ଗତ ଜଗତପୁର ଥାନା ଅଧିନସ୍ତ ପ୍ରଧାନପଡା ଗ୍ରାମର ପରିଡା ସାହିରେ ପ୍ରେମ ବେପାରକୁ କେନ୍ଦ୍ର କରି ଜଣେ ଯୁବକକୁ ବିଭତ୍ସ ହତ୍ୟା କରାଯାଇଛି । ଯୁବକ ଜଣକ ହେଲେ ତାପସ ପ୍ରଧାନ । ଘଟଣା ମୁତାବକ ତାପସ ଉକ୍ତ ଗ୍ରାମର ଏକ ଝିଅକୁ ଭଲ ପାଉଥିଲେ । ଏ ନେଇ ଝିଅର ପରିବାର ଲୋକ ବାରମ୍ବାର ତାପସକୁ ଧମକ ଦେବା ସହ ମାରିବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । ପରେ ଉଭୟଙ୍କ ପରିବାର ମଧ୍ୟରେ ବଝୁମଣା ହୋଇଥିଲା ।
ତେବେ ଝିଅ ପରିବାର ମନରେ ରାଗ ମନରେ ରଖି ସୁଯୋଗକୁ ଅପେକ୍ଷା କରିଥିବା ବେଳେ ଗତ କାଲି ରାତିରେ ତାପସ ଘର ପାଖରେ ଥିବା ପାଠାଗାରରେ ଶୋଇଥିବା ସମୟରେ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରି ଦୌଡି ପଳାଇଥିଲେ । ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଜଗତପୁର ଥାନା ଅଧିକାରୀ ଅତିରିକ୍ତ ଏସପି ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ପହିଁଚି ସନ୍ଧାନୀ କୁକୁର ଡକାଇ ତଦନ୍ତ କରିବା ସହ ୩ ଜଣକୁ ଅଟକ ରଖିଛି । ପରେ ଶବଟିକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇ ତଦନ୍ତ ଜାରି ରଖିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨