Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖଣ୍ଡପଡ଼ା ବିଜେପି ବିଧାୟକଙ୍କ ବ୍ଲକ ପ୍ରତିନିଧିଙ୍କୁ କାର ଚପାଇ ହତ୍ୟା ଉଦ୍ୟମ

Smruti Parija
Browse all articles by Smruti Parija
·1 year ago·1 min read
ଖଣ୍ଡପଡ଼ା ବିଜେପି ବିଧାୟକଙ୍କ ବ୍ଲକ ପ୍ରତିନିଧିଙ୍କୁ କାର ଚପାଇ ହତ୍ୟା ଉଦ୍ୟମ

ନୟାଗଡ: ଖଣ୍ଡପଡ଼ା ବିଜେପି ବିଧାୟକଙ୍କ ବ୍ଲକ ପ୍ରତିନିଧିଙ୍କୁ କାର ଚପାଇ ହତ୍ୟା ଉଦ୍ୟମ । ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ଭାପୁର ବ୍ଲକ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂହଙ୍କୁ କାର ଧକ୍କା କରି ହତ୍ୟା ଉଦ୍ୟମ କରାଯାଇଛି । ଗତକାଲି ରାତିରେ ଜିତେନ୍ଦ୍ର ଭାପୁରରୁ ନିଜ ଗାଁ ମରିଚିଆକୁ ସ୍କୁଟି ଯୋଗେ ଫେରୁଥିବା ବେଳେ ଭାପୁର-କଳାପଥର ବାଇପାସ ରୋଡର ହନୁମାନ ମନ୍ଦିର ନିକଟରେ ଗୋଟିଏ କାର ହଠାତ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜିତେନ୍ଦ୍ର ସ୍କୁଟିରୁ ଛିଟିକି ପଡିଥିଲେ। 

ପରେ ଅନ୍ୟ ଏକ କାର ତାଙ୍କୁ ଚପାଇ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲା। କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ କାର ନେଇ ଫେରାର ମାରିଥିଲେ। ଖବର ପାଇ ଫତେଗଡ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରକୁ ଉଦ୍ଧାର କରିବା ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଫୋର୍ସ ମୁତୟନ ହୋଇଛି।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
deadly-attack-on-khandapada-bjp-mla-block-representative | Argus News