ବୌଦ୍ଧରେ ଶିକାର ରାଜଧାନୀରେ ଡିଲ୍
·1 year ago

ଅର୍ଗସ ବ୍ୟୁରୋ: ବୌଦ୍ଧରେ ଶିକାର ରାଜଧାନୀରେ ଡିଲ୍। ଡିଲ ବେଳେ ମାଡ଼ି ବସିଲା ବନ ବିଭାଗ। ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ । ତମାଣ୍ଡୋ କାଶିପୁର ମୌଜା ବଳିଆପଡା ଗାଁ ଖେଳ ପଡିଆ ପାଖରୁ ଜବତ ହୋଇଛି। ୭ ଜଣ ଶିକାରୀଙ୍କୁ ଗିରଫ କରିଛି ନଗର ବନଖଣ୍ଡ। ଏଥିରେ ସାମିଲ ଅଛନ୍ତି ଜଣେ OIsf ଯବାନ। ରାଜଧାନୀ ସାଜିଛି ଶିକାରୀଙ୍କ ଡିଲ୍ ସ୍ଥଳ। ୨୮ ତାରିଖରେ ବନ ବିଭାଗର ଜଣେ କର୍ମଚାରୀ ସାଜିଥିଲେ ନକଲି ଗ୍ରାହକ।
୧୦ ଲକ୍ଷ ଟଙ୍କାରେ ହେଉଥିଲା ଡିଲ। ଗ୍ରାହକ ହୋଇଯାଇଥିଲେ ଶିକାରୀଙ୍କୁ ଧରିଲେ । ୭ ଜଣ ଶିକାରୀଙ୍କ ସମେତ, ୫ ଟି ମୋବାଇଲ, ବାଘ ନିଶ, ବାଘ ଦାନ୍ତ ଓ ବାଘ ନଖ ଜବତ ହୋଇଛି। ରାଜଧାନୀରେ ବାଘ ଛାଲ ଜବତ ସହ ସିଟି dfo ଙ୍କୁ ମିଳିଛି ବଡ ସଫଳତା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: