Videos
|
Odisha

ରାଜ୍ୟରେ ଚିନ୍ତା ବଢ଼ାଇଲାଣି ବଜ୍ରପାତଜନିତ ମୃତ୍ୟୁ

Ritu Das
Browse all articles by Ritu Das
·1 year ago·1 min read
ରାଜ୍ୟରେ ଚିନ୍ତା ବଢ଼ାଇଲାଣି ବଜ୍ରପାତଜନିତ ମୃତ୍ୟୁ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ବର୍ଷା ଓ ବନ୍ୟା ଜନିତ ସମସ୍ୟାଠାରୁ ଏଥର ବଳିଯାଇଛି ବଜ୍ରପାତ। ଯାହା ରାଜ୍ୟବାସୀଙ୍କ ପାଇଁ ପାଲଟିଛି ଘାତକ। ଶନିବାର ଗୋଟିଏ ଦିନରେ ରାଜ୍ୟର ବଜ୍ରପାତ ନେଇଛି ୯ ଜଣଙ୍କ ଜୀବନ। ପୁଣି ରବିବାର ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । 

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବେଶ୍ ଅଧିକ। ପ୍ରତି ବର୍ଷ ପ୍ରାୟ ୩୦୦ ଲୋକଙ୍କର ଜୀବନ ନେଉଛି ଏହି ପ୍ରାକୃତିକ ଦୁର୍ବିପାକ। ଅନେକ ସ୍କୁଲ ଓ ଘରେ ଆର୍ଥିଂ ନାହିଁ । ରାଜସ୍ବ ମନ୍ତ୍ରୀ କହିଛନ୍ତି, ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗ ସହଯୋଗିତାରେ ତାଳ ଗଛ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାରେ ବଜ୍ରପାତ ମୃତ୍ୟୁ ଶୂନ ହେବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।  
ବଜ୍ରପାତ ପାଇଁ ଏବେ ପାଣିପାଗ ବିଭାଗ ପୂର୍ବରୁ ସୂଚନା ଜାରି କରୁଛି। ଏହାକୁ ନଜରରେ ନିଜର ସୁରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Death due t | Argus News