Videos
|
Odisha

ବର୍ଷିଆନ୍ ରଥ ନିର୍ମାଣ ବିଶ୍ଵକର୍ମା କୃଷ୍ଣ ମହାରଣାଙ୍କ ପରଲୋକ

Smruti Parija
Browse all articles by Smruti Parija
·2 years ago·1 min read
ବର୍ଷିଆନ୍ ରଥ ନିର୍ମାଣ ବିଶ୍ଵକର୍ମା କୃଷ୍ଣ ମହାରଣାଙ୍କ ପରଲୋକ

ପୁରୀ:  ବର୍ଷିଆନ୍ ରଥ ନିର୍ମାଣ ବିଶ୍ଵକର୍ମାଙ୍କ ପରଲୋକ । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ଵକର୍ମା କୃଷ୍ଣ ମହାରଣାଙ୍କ ଆଜି ସକାଳୁ ପରଲୋକ ଘଟିଛି । ୯୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ବେଳେ ପିଲାଟି ବେଳରୁ ସେ ରଥ ନିର୍ମାଣରେ ଲାଗି ପଡ଼ିଥିଲେ । ତେବେ ତାଙ୍କ ଜୀବନକାଳରେ ୭୦ରୁ ଉର୍ଦ୍ଧ୍ୱ ରଥ ନିର୍ମାଣ ଓ ପ୍ରାୟ ୫ ଟି ନବକଳେବର ସମ୍ପନ୍ନ କରିଛନ୍ତି ମୁଖ୍ୟ ବିଶ୍ଵକର୍ମା କୃଷ୍ଣ ମହାରଣା । 

ପୁରୀ ମାର୍କଣ୍ଡେଶ୍ୱର ସାହି ବାସଭବନରେ ସେ ହୃଦଘାତରେ ପ୍ରାଣ ହରାଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହୁଥିବା ସମସ୍ତ ନିର୍ମାଣକାରୀ ଓ ପ୍ରଶାସନିକ ଅଧିକାରୀମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସ୍ଵର୍ଗଦ୍ଵାର ଠାରେ କୃଷ୍ଣ ମହାରଣାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ତାଙ୍କ ବଡ ପୁଅ ନାରାୟଣ ମହାରଣା ମୁଖାଗ୍ନି ଦେଇଥିଲେ।

ସେପଟେ କୃଷ୍ଣଚନ୍ଦ୍ର ମହାରଣାଙ୍କ ବିୟୋଗରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାପ୍ରଭୁଙ୍କ ନିକଟରେ ତାଙ୍କ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Death of Krishna Maharana, the legendary charioteer-died-at-95 | Argus News