Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାରାଗାରରେ ବିଚାରାଧୀନ କଏଦୀଙ୍କ କଟକ SCBରେ ମୃତ୍ୟୁ

Banajyotshna Ray
Browse all articles by Banajyotshna Ray
·2 years ago
କାରାଗାରରେ ବିଚାରାଧୀନ କଏଦୀଙ୍କ କଟକ SCBରେ ମୃତ୍ୟୁ

ଅର୍ଗସ ବ୍ୟୁରୋ:  ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା କାରାଗାରର ଜଣେ ବିଚାରାଧୀନ ବନ୍ଦୀଙ୍କର କଟକ SCBରେ ମୃତ୍ୟୁ ଘଟିଛି । ମୃତ ବନ୍ଦୀଙ୍କ ନାଁ ଅଜୟ ଦାସ, ଘର ସଦର ଥାନା କାଠବାରୀ ପଞ୍ଚାୟତ ବୋଧବାହାଳୀ ଗାଁରେ । ସେ ଏକ ନାବାଳିକା ଅସଦାଚରଣ ମାମଲାରେ ଗିରଫ ହୋଇ ଗତ ୧୧ ମାସ ହେବ ଜିଲ୍ଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ ।

ଗତକାଲି ଅପରାହ୍ନରେ ସେ ଜେଲ୍ ପରିସରରେ ପାଇଖାନା ଟାଙ୍କିକୁ ସଂଯୋଗ କରୁଥିବା ଏକ ପାଇପ୍ ରେ ଗାମୁଛା ସାହାଯ୍ୟରେ ଝୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଉପସ୍ଥିତ ଜେଲ୍ ୱାଡ଼ର୍ ଦେଖି ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ କଟକ SCB ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Death of prisoner during treatment | Argus News