Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବରିଷ୍ଠ ସେବାୟତ  ରଜତ୍ ପ୍ରତିହାରୀଙ୍କ ପରଲୋକ

Odisha

ବରିଷ୍ଠ ସେବାୟତ  ରଜତ୍ ପ୍ରତିହାରୀଙ୍କ ପରଲୋକ

Manini Pattanayak
Browse all articles by Manini Pattanayak
·2 years ago·1 min read
ବରିଷ୍ଠ ସେବାୟତ  ରଜତ୍ ପ୍ରତିହାରୀଙ୍କ ପରଲୋକ

ପୁରୀ: ଆରପାରିରେ ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ଗରାବଡୁ ନିଯୋଗର ସମ୍ପାଦକ ତଥା ଛତିଶାନିଯୋଗ ସଦସ୍ୟ ରଜତ୍ ପ୍ରତିହାରୀଙ୍କ ଗତକାଲି ରାତିରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଶରୀର ଅସୁସ୍ଥ ଥିଲା। ସ୍ୱର୍ଗତଃ ରଜତ୍ ପ୍ରତିହାରୀ ଶ୍ରୀମନ୍ଦିରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଆଣିବାକୁ ନିରନ୍ତର ଉଦ୍ୟମ ଜାରି ରଖିଥିଲେ।

ଏହାସହ ଚନ୍ଦନଯାତ୍ରା,, ସ୍ନାନଯାତ୍ରା, ରଥଯାତ୍ରା ଇତ୍ୟାଦି ପର୍ବପର୍ବାଣି କିଭଳି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ଓ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ ଓ ଭକ୍ତମାନଙ୍କ ଦରକାର ମଧ୍ୟ କାଭଳି ଶୃଙ୍ଖଳିତ ହେବ ସେନେଇ ଲଗାତାର ପ୍ରୟାସ କରୁଥିଲେ। ବିଶେଷ କରି ସେବାୟତ କୂଳର ଝିଅମାନେ କିଭଳି ଆଗକୁ ବଢିବେ ଓ ସର୍ବାଙ୍ଗୀନ ଉନ୍ନତି କରାବେ ସେନେଇ ମଧ୍ୟ ସ୍ୱର୍ଗତଃ ପ୍ରତିହାରୀ ସବୁବେଳେ ଚେଷ୍ଟା କରୁଥିଲେ। ତାଙ୍କର ଅକାଳ ବିୟୋଗରେ ସେବାୟତ ମହଲରେ ଦୁଖର ଛାୟା ଖେଳିଯାଇଛି। ତାଙ୍କର ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Death of senior sebayata Rajat Pratihari | Argus News