Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗତ 5ବର୍ଷରେ ଓଡିଶାରେ 11ଶହରୁ ଅଧିକ ଲୋକଙ୍କ ମୃତ୍ୟୁ

Manini Pattanayak
Browse all articles by Manini Pattanayak
·1 year ago·2 min read
ଗତ 5ବର୍ଷରେ ଓଡିଶାରେ 11ଶହରୁ ଅଧିକ ଲୋକଙ୍କ ମୃତ୍ୟୁ

ମୟୂରଭଞ୍ଜ: ରାଜ୍ୟରେ ଦିନକୁ ଦିନ ବଢୁଛି ବଜ୍ରାଘାତ ଜନିତ ମୃତ୍ୟୁ। ବିଗତ ୫ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ ୧୧ ଶହରୁ ଅଧିକ ଲୋକ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି । କେବଳ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୨୫ ଜଣଙ୍କର ଜୀବନ ଯାଇଛି। ବିଶେଷଜ୍ଞଙ୍କ ମତ ହେଲା, ଅଧିକ ବୃକ୍ଷ ରୋପଣ ଓ ସଚେତନତା ଦ୍ବାରା ଏହାକୁ ପ୍ରତିହତ କରାଯାଇପାରିବ।
 ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ଏବେ ବଜ୍ରପାତର  ଭୟ। ସାରା ଦେଶରେ ବଜ୍ରପାତ ଜନିତ ମୃତ୍ୟୁରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ବେଳେ ମୟୂରଭଞ୍ଜ ବଜ୍ରପାତ ପ୍ରବଣ ଜିଲ୍ଲା ଭାବେ ରହିଆସିଛି। ଜିଲ୍ଲାର ବେତନଟୀ, ବାଙ୍ଗିରିପୋଷି, କପ୍ତିପଦା, ଖୁଣ୍ଟା, ରାସଗୋବିନ୍ଦପୁର, ବଡସାହି ଆଦି ବ୍ଲକ୍ ଅଂଚଳରେ ବଜ୍ରପାତରେ ଅଧିକ ଜୀବନ ଯାଇଛି । ସୂଚନା ଅନୁସାରେ ବିଗତ ୫ ବର୍ଷରେ ବଜ୍ରପାତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ୧୨୫ ଜଣଙ୍କ ମୃତ୍ୟୁ ହୋଇଛି ।


ଜିଲ୍ଲାର ୩୯ ପ୍ରତିଶତରୁ ଊର୍ଦ୍ଧ୍ବ ଅର୍ଥାତ ମୋଟ ସାଢେ ୪ ହଜାର ବର୍ଗ କିଲୋମିଟର ବନାଞ୍ଚଳ ରହିଛି। ତଥାପି ବଜ୍ରପାତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଜିଲ୍ଲାରେ ତାଳଗଛ ସଂଖ୍ୟା ହ୍ରାସ ପାଉଥିବା ଯୋଗୁଁ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା କୁହାଯାଉଛି। ବିଲ ବାଡ଼ିରେ କାମ କରୁଥିବା ଶ୍ରମିକ ମାନେ ବଜ୍ରପାତରେ ଅଧିକ ଶିକାର ହେଉଛନ୍ତି। ବିଶେଷଜ୍ଞ ଙ୍କ ମତରେ ବାୟୁମଣ୍ଡଳ ଦୂଷିତ ହୋଇ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ମାତ୍ରାଧିକ ବଜ୍ରାଘାତ ହେଉଛି ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଫାଙ୍କା ଜାଗା ଓ ଚାଷ ଜମି ମାନଙ୍କରେ ଅଧିକରୁ ଅଧିକ ତାଳ ଜାତୀୟ ଉଚ୍ଚବୃକ୍ଷ ରୋପଣ କରିବା ଦରକାର। ତେବେ ରାଜ୍ୟ ସରକାର ବଜ୍ରପାତ ଜନିତ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛନ୍ତି । ସମଗ୍ର ରାଜ୍ୟରେ ତାଳ ଗଛ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଜିଲ୍ଲାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହାକୁ କିପରି ଅଧିକ ତ୍ବରାନ୍ବୀତ କରାଯାଇପାରିବ ଏବଂ ମୋବାଲ ଆପ୍ ସାହଯ୍ୟରେ ଲୋକମାନେ କେମିତି ଏହାର ପୂର୍ବ ସୂଚନା ପାଇପାରିବେ ସେନେଇ ଅଧିକ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ଅଧିକରୁ ଅଧିକ ତାଳ ଗଛ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ବନବିଭାଗ ପକ୍ଷରୁ ଖୁବଶୀଘ୍ର ପଦକ୍ଷେପ ନିଆଯାଉଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deaths due to lightning are on the rise in the state | Argus News