|
logo
Live
Argus News App
GET APP

Argus News - ରଥଯାତ୍ରାରେ ସାମିଲ୍ ହେବେ ମହାମହିମ; ଆସିଲା ପୁରା ସୂଚୀ

Odisha

ରଥଯାତ୍ରାରେ ସାମିଲ୍ ହେବେ ମହାମହିମ; ଆସିଲା ପୁରା ସୂଚୀ

Smruti Parija
Browse all articles by Smruti Parija
·1 year ago·1 min read
ରଥଯାତ୍ରାରେ ସାମିଲ୍ ହେବେ ମହାମହିମ; ଆସିଲା ପୁରା ସୂଚୀ

ପୁରୀ: ରଥଯାତ୍ରାରେ ସାମିଲ୍ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ମିନିଟ୍ ଟୁ ମିନିଟ୍ ସିଡୁଲ୍ ପ୍ରକାଶ ପାଇଛି । ରଥଯାତ୍ରା ଦିନ ଅର୍ଥାତ ଆସନ୍ତା 7 ତାରିଖରେ ମହାମହିମ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଦିନ 11ଟାରେ ପୁରୀ ସମଙ୍ଗରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଯିବେ । 

ରାଜଭବନରେ ପ୍ରାୟ ଅଧଘଣ୍ଟା ବିଶ୍ରାମ ନେଇ ଦିନ 11.50ରେ ଶ୍ରୀମନ୍ଦିର ଅଭିମୁଖେ କାରକେଟ୍ ଯୋଗେ ବାହାରିବେ । ଦିନ 12 ଟାରେ ଶ୍ରୀମନ୍ଦିର ନିକଟରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ଅର୍ଥାତ ଦିନ 1ଟା ପର୍ଯ୍ୟନ୍ତ ରଥଯାତ୍ରାରେ ସାମିଲ ହେବେ । ଅପରାହ୍ନ 1ଟାରେ ରାଷ୍ଟ୍ରପତି ରାଜଭବନ ପ୍ରତ୍ୟାବର୍ତ୍ତନ କରି ଭୁବନେଶ୍ୱର ଅଭିମୁଖେ ବାହାରିବେ ।

ରଥଯାତ୍ରା ଦିନ ପ୍ରବଳ ଭକ୍ତଙ୍କ ସମାଗମ ହେବ ।  ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଗତକାଲି ପୋଲିସ ଡିଜି ଅରୁଣ ଷଡଙ୍ଗୀ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରଥଯାତ୍ରାରେ ସାମିଲ୍ ହେବେ ମହାମହିମ; ଆସିଲା ପୁରା ସୂଚୀ | Argus News