Apartment book / ୫ କୋଟି ଟଙ୍କାର ଆପାର୍ଟମେଣ୍ଟ ପାଇଁ ଡିଲ୍ ,୧ କୋଟି ଟଙ୍କା ଦେଇଥିଲେ ଆଡଭାନ୍ସ
·4 months ago·2 min read

Key Points
ଦେବବ୍ରତ ମହାନ୍ତିଙ୍କ ସମ୍ପର୍କରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ସହିଦନଗରରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିବାକୁ ଯୋଜନା ଥିଲା
୫କୋଟି ଟଙ୍କାରେ ଆପାର୍ଟମେଣ୍ଟ ପାଇଁ ଡିଲ୍ ହୋଇଥିଲା
ଦେବବ୍ରତ ବିଲଡରଙ୍କୁ ୧ କୋଟି ଟଙ୍କା ଆଡଭାନ୍ସ ଦେଇଥିଲେ

କଟକ ସର୍କଲ ଖଣି ବିଭାଗର ଡେପୁଟି ଡାଇରେକ୍ଟର ଦେବବ୍ରତ ମହାନ୍ତିଙ୍କ ଘରୁ ନଗଦ 4କୋଟି ରୁ ଅଧିକ ଟଙ୍କା ମିଳିବା ଘଟଣା ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ସହିଦନଗର ଅଞ୍ଚଳରେ ଏକ ବିଳାସ ଆପାର୍ଟମେଣ୍ଟରେ ଫ୍ଲାଟ କିଣିବାକୁ ଦେବବ୍ରତ ଟଙ୍କା ରଖିଥିଲେ । 5 କୋଟି ଟଙ୍କାରେ ଏହି ଫ୍ଲାଟ୍ ଫାଇନାଲ ହୋଇଥିଲା । ସେଥିପାଇଁ ଦେବବ୍ରତ ବିଲଡରଙ୍କୁ 1କୋଟି ଟଙ୍କା ଆଗୁଆ ଦେଇଥିଲେ । ସେପଟେ ଘରେ ଏତେ ଟଙ୍କା ରଖିବା ପଛର ରହସ୍ୟ ଖୋଜୁଛି ଭିଜିଲାନ୍ସ । ସେନେଇ ପ୍ରକ୍ରିୟା ଆରମ୍ଭ କରିଛି ଭିଜିଲାନ୍ସ । ସେପଟେ ପଡୋଶୀ ମାନେ କହିଛନ୍ତି କେବେ ଘରର କବାଟ ଖୋଲା ରଖନ୍ତି ନାହିଁ ଦେବବ୍ରତ । କଳା ଟଙ୍କା ଠୁଳ କରିବାରେ ମାହିର ଥିଲେ । ଟଙ୍କା ସବୁକୁ ନିଜ ଶୋଇବା ଘର ଗଦି ତଳେ ରଖୁଥିଲେ।
ଗତ 25 ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ଘରୁ ୪ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଥିଲା। ଖାଲି ଟଙ୍କା ନୁହେଁ ବିପୁଳ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ପାଖାପାଖି ୧୩୦ ଗ୍ରାମ୍ ସୁନା ମିଳିଥିଲା ବାବୁଙ୍କ ଘରୁ । ଭୁବନେଶ୍ବର ପାହାଳରେ ୨୪ ଶହ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ୟ ରହିଛି।
ମାସିକ ୮ ହଜାର ଟଙ୍କା ଦରମାରେ ୨୦୦୪ରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ଦେବବ୍ରତ। ବଲାଙ୍ଗୀରରେ ଜୁନିୟର ମାଇନିଂ ଅଫିସର ଭାବେ ଚାକିରି ଆରମ୍ଭ କରିଥିଲେ । ଚଳିତବର୍ଷ ଜାନୁଆରୀ ୭ରେ କଟକରେ ଡେପୁଟି ଡାଇରେକ୍ଟର ମାଇନ୍ସ ଭାବେ ଯୋଗ ଦେଇଥିଲେ । କଟକ, କେନ୍ଦ୍ରାପଡ଼ା, ପୁରୀ ଓ ଦଶପଲାର ମେଜର ଓ ମାଇନର ମିନେରାଲ ବାବୁଙ୍କ ଅଧୀନରେ ଥିଲା । ୨୦୨୮ ମେ'ରେ ନେଇଥାନ୍ତେ ଅବସର ହେଲେ ତା ପୂର୍ବରୁ ଲାଞ୍ଚ ମାମଲାରେ ଜେଲ ହାଜତକୁ ଯାଇଛନ୍ତି ଦେବବ୍ରତ।
ଭିଜିଲାନ୍ସ ଚଢ଼ାଉରେ ଆଜିଯାଏଁ ଜବତ ହୋଇଥିବା ନଗଦ ଟଙ୍କାର ସର୍ବକାଳୀନ ରେକର୍ଡ । ପୂର୍ବରୁ ଏକଜିକ୍ୟୁଟିଭ୍ ଇଞ୍ଜିନିୟର କାର୍ତ୍ତିକେଶ୍ବର ରାଉଳଙ୍କଠାରୁ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା, ନବରଙ୍ଗପୁରର ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ୩ କୋଟି ୧୨ ଲକ୍ଷ ୩୦ ହଜାର ୮୦୦ଟଙ୍କା, RW ବିଭାଗ ମୁଖ୍ୟ ଯନ୍ତ୍ରୀ, ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରୁ ୨କୋଟି ୫୬ଲକ୍ଷ ଟଙ୍କା, ମାଲକାନଗିରି ଜଳସମ୍ପଦ ବିଭାଗ ପିଡି ଶାନ୍ତନୁ ମହାପାତ୍ରଙ୍କ ୨ କୋଟି ୮ ଲକ୍ଷ ଟଙ୍କା ଓ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରି ୧ କୋଟି ୬୪ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ସ୍ବାଭାବିକ ଭାବେ ସନ୍ଦେହ ହେଉଛି, ସରକାରୀ ପଦପଦବୀର ଦୁରୂପଯୋଗ କରି ନିଜସ୍ବ ବ୍ୟାଙ୍କ ବାଲାନ୍ସ ବଢ଼ାଇଛନ୍ତି ଏହି ବଡ଼ ବାବୁ ।
ଏଥିସହ ପଢ଼ନ୍ତୁ: ଦେବବ୍ରତ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ, ଇଡି ମାଗିଲା ତଥ୍ୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories