Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ଓ ପାଣ୍ଡିଆନଙ୍କୁ ଦେବାଶିଷ ସାମନ୍ତରାୟଙ୍କ କଡ଼ା ସମାଲୋଚନା,କହିଲେ ବିଜେଡିର ଏବେ ମା'ବାପା ନାହାନ୍ତି

Odisha

Debashish Slams BJD / ବିଜେଡି ଓ ପାଣ୍ଡିଆନଙ୍କୁ ଦେବାଶିଷ ସାମନ୍ତରାୟଙ୍କ କଡ଼ା ସମାଲୋଚନା,କହିଲେ ବିଜେଡିର ଏବେ ମା'ବାପା ନାହାନ୍ତି

Bikash Mohanty
Browse all articles by Bikash Mohanty
·1 hour ago·2 min read
ବିଜେଡି ଓ ପାଣ୍ଡିଆନଙ୍କୁ ଦେବାଶିଷ ସାମନ୍ତରାୟଙ୍କ କଡ଼ା ସମାଲୋଚନା,କହିଲେ ବିଜେଡିର ଏବେ ମା'ବାପା ନାହାନ୍ତି
Debashish

Key Points

ବିଜେପିରେ ସାମିଲ ପରେ ଦେବାଶିଷ ସାମନ୍ତରାୟଙ୍କ ପ୍ରେସମିଟ୍‌
ବିଜେଡି ଓ ପାଣ୍ଡିଆନଙ୍କୁ କଲେ କଡ଼ା ସମାଲୋଚନା
ବିଜେଡିର ମା'ବାପା ନାହାନ୍ତି: ଦେବାଶିଷ
ବିଜୁ ବାବୁଙ୍କୁ ସମ୍ମାନ ଦେଇପାରିଲାନି  ବିଜେଡି
ବାଧ୍ୟହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲି
କଟକ,୨୮/୦୫: ବିଜୁ ଜନତା ଦଳରେ ଏବେ ମାଆ ବାପା ବୋଲି କେହି ନାହାନ୍ତି',ବିଜୁ ବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍। ବିଜୁ ବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ ବୋଲି ବିଜେପିରେ ଯୋଗଦେବା ପରେ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପୁର୍ବତନ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ।

ବିଜେଡି ଛାଡ଼ିବା ପରେ ଦଳ ବିରୋଧରେ ବିଷୋଦଗାର କରିଛନ୍ତି ପୁର୍ବତନ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ। ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି। ନବୀନ ନିବାସକୁ ହଠାତ୍‌ ମୋତେ ଯିବାକୁ ମନା କରାଗଲା। ବିଜୁ ବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍। ବିଜୁ ବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ। ଏବେ ବିଜେପି ମୋତେ ଯେଉଁ କାମ ଦେବ, ସେ କାମ ନିଶ୍ଚୟ କରିବି ବୋଲି କହିଛନ୍ତି ଦେବାଶିଷ।

ଗତ ୨୫ ତାରିଖରେ ବିଜେଡି ଛାଡ଼ିଥିଲେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ନିଜ ଇସ୍ତଫା ପତ୍ର ରେ ଦେବାଶିଷ ଲେଖିଛନ୍ତି ରାଜ୍ୟସଭାକୁ ମୋତେ ମନୋନୀତ କରିବା ପାଇଁ ମୁଁ ସର୍ବଦା ଆପଣଙ୍କ ନିକଟରେ ଋଣୀ ରହିବି। ମୁଁ ସର୍ବଦା ଦଳର ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଆସିଛି ଏବଂ ବର୍ଷ ବର୍ଷ ଧରି ଅତ୍ୟନ୍ତ ଦୃଢ଼ ବିଶ୍ୱାସ ଏବଂ ପ୍ରତିବଦ୍ଧତାର ସହିତ ଦଳ ପାଇଁ କାମ କରିଆସିଛି। ତଥାପି, ମୁଁ ଅନୁଭବ କରୁଛି ଯେ, ବର୍ତ୍ତମାନ ମୋତେ ଦଳରେ ପଦ୍ଧତିଗତ ଭାବରେ ହୀନ କରିଦିଆଯାଉଛି ଏବଂ ଦଳ ମୋ ସେବା ଆବଶ୍ୟକ କରେ ନାହିଁ। ତେଣୁ, ମୁଁ ଜନସ୍ୱାର୍ଥରେ ଏହି କଠିନ ନିଷ୍ପତ୍ତି ନେଇଛି ଏବଂ ମୋର ଇସ୍ତଫା ଗ୍ରହଣ କରିବାକୁ ଆପଣଙ୍କୁ ଅନୁରୋଧ କରୁଛି ବୋଲି ଚିଠିଲେ ଉଲେଖ କରିଥିଲେ। ଦଳରୁ ଇସ୍ତଫା ଦେବାର କିଛି ସମୟ ପରେ ରାଜ୍ୟସଭାର ଅଧକ୍ଷ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ପଢନ୍ତୁ ଏହି ଖବର: ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ, କହିଲେ- 'ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵ ଦ୍ଵାରା ପ୍ରଭାବିତ'

ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ । ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଥିଲା ବୋଲି ଅଭିଯୋଗ ହେଉଥିଲା । ତାଙ୍କର ଅନୁଗତ ମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନଥିଲା । ଏମିତିକି ତାଙ୍କୁ ଯେଉଁ ସିନିୟର ସିଟିଜେନ ସେଲର ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ। 

ଗତ ୨୬ ତାରିଖରେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ବିଜେପିରେ ସାମିଲ୍ ହୋଇଥିଲେ। ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଥିଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ ଦେବାଶିଷ। ବିଜେପିରେ ଯୋଗ ଦେବା ପରେ ଦେବାଶିଷ ସାମନ୍ତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। "ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ଵପ୍ନ, ତାଙ୍କ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଛି । ଓଡ଼ିଶାରେ ଦଳକୁ ଆହୁରି ମଜଭୁତ୍ କରିବାକୁ ଚେଷ୍ଟା କରିବି "।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଏବେ ଓଡ଼ିଶା ବିକଶିତ ହେଉଛି । ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ଵପ୍ନରେ ମୋର ସହଯୋଗ ରହିବ । ମୋତେ ଦେଇଥିବା ସୁଯୋଗ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଦେବାଶିଷ ସାମନ୍ତରାୟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Debashish Slams BJD | Debashish Samantaray Slams BJD & Pandian | Odisha Political Controversy | Argus News