Odisha Politics / ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ, କହିଲେ- 'ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵ ଦ୍ଵାରା ପ୍ରଭାବିତ'
·1 hour ago·2 min read

Key Points
ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ଦେବାଶିଷ ସାମନ୍ତରାୟ । ଗତକାଲି ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଥିଲେ, ଆଜି ବିଜେପିରେ ମିଶିଛନ୍ତି ।
ନୂଆଦିଲ୍ଲୀ: ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ବିଜେପିରେ ସାମିଲ୍ ହୋଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ।
ବିଜେପିରେ ଯୋଗ ଦେବା ପରେ ଦେବାଶିଷ ସାମନ୍ତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦେବାଶିଷ କହିଛନ୍ତି, "ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ଵପ୍ନ, ତାଙ୍କ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଛି । ଓଡ଼ିଶାରେ ଦଳକୁ ଆହୁରି ମଜଭୁତ୍ କରିବାକୁ ଚେଷ୍ଟା କରିବି ।"
ଏଥିସହ ପଢ଼ନ୍ତୁ: ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ଦେବାଶିଷ ସାମନ୍ତରାୟ
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଏବେ ଓଡ଼ିଶା ବିକଶିତ ହେଉଛି । ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ଵପ୍ନରେ ମୋର ସହଯୋଗ ରହିବ । ମୋତେ ଦେଇଥିବା ସୁଯୋଗ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେବାଶିଷ ସାମନ୍ତରାୟ ।
ସୋମବାର ଦେବାଶିଷ ସାମନ୍ତରାୟ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ସହ ରାଜ୍ୟସଭା ସାଂସଦ ପଦ ଛାଡ଼ିଥିଲେ । ବିଜେଡି ଛାଡ଼ିବାର ଦିନକ ପରେ ଦେବାଶିଷ ସାମନ୍ତରାୟ ଦିଲ୍ଲୀରେ ବିଜେପିରେ ସାମିଲ୍ ହୋଇଛନ୍ତି ।
ଇସ୍ତଫା ପତ୍ରରେ ଝାଡ଼ିଥିଲେ ଅସନ୍ତୋଷ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେବାଶିଷ ସାମନ୍ତରାୟ ଇସ୍ତଫା ପତ୍ର ପଠାଇଥିଲେ । ଇସ୍ତଫା ପତ୍ରରେ ସାଂଘାତିକ କଥା ଉଲ୍ଲେଖ କରିଛନ୍ତି ଦେବାଶିଷ । ସେ ଲେଖିଛନ୍ତି, "ପ୍ରାୟୋଜିତ ଭାବେ ବିଜେଡିରେ ଅଣଦେଖା କରାଯାଉଛି ଏବଂ ଦଳ ତାଙ୍କୁ ଆଉ ଆବଶ୍ୟକ କରୁନାହିଁ । ତେଣୁ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଦଳ ଛାଡ଼ିବା ଭଳି କଠୋର ନିଷ୍ପତ୍ତି ନେଉଛି ।"
ଦେବାଶିଷ ବିଜେଡି ଛାଡ଼ିବା ପୂର୍ବରୁ ଫେସବୁକ୍ରେ ପୋଷ୍ଟ କରି ସଂକେତ ଦେଇଥିଲେ ଶ୍ରୀମୟୀ ମିଶ୍ । ପୂର୍ବରୁ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ଦେବାଶିଷ ସାମନ୍ତରାୟ ଓରଫ ଋଷି ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ଥିଲେ । ନବୀନଙ୍କଠାରୁ ତାଙ୍କ ଦୂରତା ବଢ଼ି ଯାଇଥିବାବେଳେ ତାଙ୍କ ଅନୁଗତମାନଙ୍କୁ ଦଳରେ ଗୁରୁତ୍ଵ ଦିଆଯାଉନଥିଲା ।
ଏଥିସହ ପଢ଼ନ୍ତୁ: ରାଜ୍ୟସଭାରେ ଛିଡୁଛି ବିଜେଡି,ବଢୁଛି ବିଜେପି,ସଂସଦର ଉଚ୍ଚସଦନରେ ବିଜେଡି ସାଂସଦଙ୍କ ସଂଖ୍ୟା ୫ ହୋଇଯାଇଛି
କାହିଁକି ରୁଷିଲେ ଋଷି ?

- ବର୍ଷେ ହେଲା ନବୀନଙ୍କ ସହ ଦେଖା କରାଇ ଦେଉନଥିଲେ, ପାଣ୍ଡିଆନଙ୍କ ପାଇଁ ଦଳ ଛାଡ଼ିଲେ ।
- ନବୀନ ସ୍ପଷ୍ଟ କରିଥିଲେ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି ତଥାପି ଟ୍ରଷ୍ଟ ନାଁରେ ବିଜୁ ବାବୁଙ୍କ ଘର ତାଙ୍କୁ ଦେଇଦେଲେ ।
- ବିଜୁ ବାବୁଙ୍କ ସମ୍ପତ୍ତି ତାମିଲ ଲୋକଙ୍କୁ ଦିଆଯିବ, ଏହା ବିଜୁ ଲିଗାସୀ ପ୍ରତି ଘୋର ଅପମାନ ।
- ବିଜେଡିକୁ ସଂଗଠିତ କରିବା ପରିବର୍ତ୍ତେ କିପରି ଅଧିକରୁ ଅଧିକ ଲୋକଙ୍କୁ ନିଲମ୍ବିତ କରାଯିବ ସେହି କାର୍ଯ୍ୟ ଚାଲିଛି ।
- ବିଜେଡି ଦଳ ଭିତରେ ବରିଷ୍ଠ ନେତାମାନଙ୍କର ସ୍ଥାନ ଆଉ ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories