Debrigarh / ଦେବ୍ରୀଗଡ: ଆନ୍ତର୍ଜାତୀୟ ଇକୋଟୁରିଜମ ଡେଷ୍ଟିନେସନ ପାଇଁ ଖର୍ଚ୍ଚ ହେବ ୭୧ କୋଟି
·9 months ago·2 min read

Key Points
ନୂଆ ରୂପ ନେବ ଦେବ୍ରୀଗଡ ଅଭୟାରଣ୍ୟ
ଆନ୍ତର୍ଜାତୀୟ ଇକୋଟୁରିଜମ ଡେଷ୍ଟିନେସନ ପାଇଁ ଖର୍ଚ୍ଚ ହେବ ୭୧ କୋଟି
ଡିପିଆର ପ୍ରସ୍ତୁତି ନେଇ ରାଜ୍ୟ ସରକାରଙ୍କ ମଞ୍ଜୁରୀ
ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବ୍ରୀଗଡ ଅଭୟାରଣ୍ୟ ନେବ ନୂଆରୂପ। ଅଭୟାରଣ୍ୟକୁ ଏକ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବରେ ବିକଶିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରାୟ ୭୧.୧୯ କୋଟି ଟଙ୍କା ଖର୍ଚ୍ଚ କରିବ। ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର୍ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଦେବ୍ରୀଗଡ ଅଭୟାରଣ୍ୟର ପ୍ରାୟ ୧୦୦ କିଲୋମିଟର ପରିସୀମା ଥିବାରୁ ଚାରିପାଖରେ ବାଡ଼ ନିର୍ମାଣ ପାଇଁ ସ୍ୱତନ୍ତ୍ର ଭାବରେ ଅତିରିକ୍ତ ପ୍ରାୟ ୧୪.୧୮ କୋଟି ଟଙ୍କା ପାଣ୍ଠି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ପୋଲିସ ସହ ବୁଲୁଛନ୍ତି ମାଓବାଦୀ, ନିଜ ମାଓ ସାଥୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ କଲେ ଆହ୍ୱାନ
ଏହି ରାଶି ସରକାରଙ୍କ କାମ୍ପା କିମ୍ବା ଅନ୍ୟାନ୍ୟ ରାଜ୍ୟ ସରକାରୀ ପାଣ୍ଠି ମାଧ୍ୟମରେ ଯୋଗାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହି ବାଡ଼ ନିର୍ମାଣ ଦ୍ୱାରା ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ସଂଘର୍ଷ ହ୍ରାସ ହୋଇପାରିବ । ସମ୍ପୃକ୍ତ ବିଭାଗକୁ ତୁରନ୍ତ ଏହି ଡିପିଆର ଅନୁଯାୟୀ ଆଗାମୀ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଏହି ପଦକ୍ଷେପ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କୁ ନିଜ ଏକ୍ସ ଆକାଉଣ୍ଟରେ ଧନ୍ୟବାଦ ଜଣାଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଅମରଙ୍କ ପ୍ରେମ-ପ୍ରତାରଣାର ଷଡ଼ଯନ୍ତ୍ରରେ ଫସିଗଲେ ସେଜଲ୍ !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏହି ନିଷ୍ପତ୍ତି ଦେବ୍ରୀଗଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ଦେବା ସହିତ ବନ୍ୟଜନ୍ତୁ ସଂରକ୍ଷଣରେ ସହାୟକ ହେବ। ଏହି ଇକୋଟୁରିଜିମ୍ ପ୍ରକଳ୍ପ ସ୍ଥାନୀୟ ନିଯୁକ୍ତି ଏବଂ ପର୍ଯ୍ୟଟନକୁ ବଡ଼ ଗତି ଦେବ। ଏହି ପ୍ରକଳ୍ପ ଦେବ୍ରୀଗଡରେ ଇକୋଟୁରିଜିମ୍ ଭିତ୍ତିଭୂମିର ବିକାଶ କରିବା ସହିତ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ସୁଦୃଢ଼ କରିବ । ତେବେ ଗତ ବର୍ଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବ୍ରୀଗଡ ପରିଦର୍ଶନ କରି ଅଂଚଳ ବୁଲି ଦେଖିବା ସହ ଏହାର ତଦାରଖ କରିଥିଲେ। ଏହା ପରେ ଅଞ୍ଚଳର ବିକାଶ ନେଇ ଦେଇଥିଲେ ପ୍ରତିଶ୍ରୁତି। ଯାହା ପୂରଣ ହେଉଥିବା ଦେଖିବାକୁ ମିଳୁଛି।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେବ୍ରୀଗଡ଼ ଅଭୟାରଣ୍ୟ । ବରଗଡ଼ ଜିଲ୍ଲାରେ ଥିବା ଏହି ଅଭୟାରଣ୍ୟକୁ ଆସୁଛନ୍ତି ଦେଶ ବିଦେଶର ପର୍ଯ୍ୟଟକ । ଏଠାକାର ପ୍ରାକୃତିକ ପରିବେଶ ସାଙ୍ଗକୁ ଜଙ୍ଗଲ ସଫାରି, କଟେଜରେ ରାତ୍ରି ରହଣୀ, ଆଇଲାଣ୍ଡ ଓଡିସି, ବୋଟିଂର ସୁବିଧା ଲୋକଙ୍କୁ ଏଠାକୁ ଟାଣିଆଣୁଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics
Explore more stories