Debrigarh Tiger Sighting / ଘଞ୍ଚ ଜଙ୍ଗଲରେ ମହାବଳର ରାଜକୀୟ ଠାଣି, ଦେବ୍ରିଗଡ଼ରେ ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ ବାଘର ଜଲୱା
·1 hour ago·2 min read

Key Points
ଜଙ୍ଗଲ ଭିତରେ ରାଜକୀୟ ଅନ୍ଦାଜ
ପାଦରେ ନାହିଁ ତରବର...ଚାରିପଟେ ଘଞ୍ଚ ଜଙ୍ଗଲ...
ଆଉ ମଝିରେ ମହାବଳର ମୁକ୍ତ ବିଚରଣ

ଜଙ୍ଗଲରେ ମହାବଳର ରାଜକୀୟ ଠାଣି । କେଉଁଠି ପର୍ଯ୍ୟଟକଙ୍କ ପାଇଁ ରୋମାଞ୍ଚର ଖୋରାକ୍, ତ ଆଉ କେଉଁଠି ଗ୍ରାମବାସୀଙ୍କ ମନରେ ବାଘ ଆତଙ୍କ । ଦେବ୍ରୀଗଡ଼ରେ ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ ହୋଇଛି ମହାବଳର ମୁକ୍ତ ବିଚରଣର ଦୃଶ୍ୟ । ଏମିତିକି ନିଜ ଶିକାରୀ ଅନ୍ଦାଜରେ ସମ୍ବର ହରିଣକୁ ଶିକାର କରିଛି ବାଘ । କିନ୍ତୁ ନୂଆପଡ଼ାରେ ଘରେ ପଶି କୁକୁରକୁ ଟେକିନେଇଛି କଲରାପତରିଆ । ଶିମିଳିପାଳ ପାଦଦେଶରେ ଛେଳି ମୃତ୍ୟୁକୁ ନେଇ ଆତଙ୍କ, ଆଉ କୋରାପୁଟରେ ମହାବଳକୁ ନେଇ ଚର୍ଚ୍ଚା ।
ଦେବ୍ରୀଗଡ଼ ଅଭୟାରଣ୍ୟରେ ସୋମବାର ଅପରାହ୍ନରେ ପର୍ଯ୍ୟଟନ ଅଞ୍ଚଳରେ ବୁଲୁଥିବା ମହାବଳକୁ ଦେଖି ଖୁସିରେ ଆତ୍ମହରା ପର୍ଯ୍ୟଟକ । ୪ଟି ସଫାରି ଗାଡ଼ିରେ ଥିବା ପ୍ରାୟ ୪୦ ଜଣ ପର୍ଯ୍ୟଟକଙ୍କୁ ମିଳିଛି ବିରଳ ଦୃଶ୍ୟର ସାକ୍ଷୀ ହେବାର ସୁଯୋଗ । କେବଳ ବୁଲାବୁଲି ନୁହେଁ, ଜଙ୍ଗଲରେ ନିଜ ଶିକାରୀ ଅନ୍ଦାଜ ମଧ୍ୟ ଦେଖାଇଛି ମହାବଳ । ସନ୍ଧ୍ୟାରେ ଅଭୟାରଣ୍ୟର ମୁଖ୍ୟ ଅଞ୍ଚଳରେ ଏକ ସମ୍ବର ହରିଣକୁ ଶିକାର କରିଛି ।
ତେବେ ଜଙ୍ଗଲର ରାଜାଙ୍କ ସୁରକ୍ଷା ପାଇଁ ବନ ବିଭାଗର ବି କଡ଼ା ପ୍ରସ୍ତୁତି । ହୀରାକୁଦ ଜଳଭଣ୍ଡାର ସହ ଅଭୟାରଣ୍ୟର ପଶ୍ଚିମ ସୀମାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇ ଶିକାରୀ, ଫାନ୍ଦ କିମ୍ବା ସନ୍ଦେହଜନକ ଗତିବିଧି ଉପରେ ନଜର ରହିଛି । ସୂଚନା ଦେଲେ ୧ ହଜାର ଟଙ୍କା ପୁରସ୍କାର ସହ ସୂଚନାଦାତାଙ୍କ ପରିଚୟ ମଧ୍ୟ ଗୋପନ ରଖାଯିବ ।
ଦେବ୍ରୀଗଡ଼ର ଏହି ରୋମାଞ୍ଚକ ଦୃଶ୍ୟର ଠିକ୍ ବିପରୀତ ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ାରେ । ଏଠି ବାଘ ନୁହେଁ, କଲରାପତରିଆ ଆତଙ୍କରେ ଛାନିଆ ଗ୍ରାମବାସୀ । ଆମାନାରା ସେକ୍ସନର ଭଇସାଦରାହ ଗାଁରେ ଚମନ ଲାଲ ମିର୍ଧାଙ୍କ ଘରେ ପଶି କୁକୁରକୁ ଟେକିନେଇଛି କଲରାପତରିଆ । ଏହି ଘଟଣା ପରେ ପୂରା ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶିମିଳିପାଳ ପାଦଦେଶରେ ବି ବାଘକୁ ନେଇ ଆତଙ୍କ । ମୟୂରଭଞ୍ଜ ଜିଲ୍ଲାର ତିଳବାଡ଼ି ଗାଁରେ ଚାରି ଚାରିଟି ଛେଳିଙ୍କୁ ବାଘ ମାରିଥିବା ସନ୍ଦେହ କରୁଛି ବନ ବିଭାଗ । କୋରାପୁଟରେ ବି ମହାବଳକୁ ନେଇ ଚର୍ଚ୍ଚା । ମରିଚମାଳ ଗ୍ରାମାଞ୍ଚଳ ଓ ଆଖପାଖ ଜଙ୍ଗଲରେ ମହାବଳ ବୁଲୁଥିବା ନେଇ ସୋସିଆଲ୍ ମିଡିଆରେ କିଛି ଫଟୋ ଭାଇରାଲ ପରେ ଏହାର ସତ୍ୟତା ଯାଞ୍ଚ କରୁଛି ବନ ବିଭାଗ ।
ଜଙ୍ଗଲ ତା'ର ଘର... ଶିକାର ତା'ର ପ୍ରକୃତି... ଆଉ ଜଙ୍ଗଲର ସନ୍ତୁଳନ ପାଇଁ ମହାବଳର ଉପସ୍ଥିତି ବି ଜରୁରୀ । କିନ୍ତୁ ଯେତେବେଳେ ଜଙ୍ଗଲ ଓ ଜନବସତିର ସୀମା ସଙ୍କୁଚିତ ହୁଏ, ସେତେବେଳେ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ବଢ଼େ । ତେବେ ପ୍ରଶ୍ନ ଏତିକି... ଜଙ୍ଗଲର ରାଜା ଜଙ୍ଗଲରେ ସୁରକ୍ଷିତ ରହିବ ତ ? ଆଉ ଜଙ୍ଗଲ ପାଖରେ ରହୁଥିବା ମଣିଷର ଜୀବନ ଓ ଜୀବିକା ସୁରକ୍ଷିତ ରହିବ ତ ?

Related Topics
Explore more stories