Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିସ୍ଥାପିତଙ୍କୁ ରାଜ୍ୟ ସରକାରଙ୍କ ଧୋକା

Odisha

ବିସ୍ଥାପିତଙ୍କୁ ରାଜ୍ୟ ସରକାରଙ୍କ ଧୋକା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିସ୍ଥାପିତଙ୍କୁ ରାଜ୍ୟ ସରକାରଙ୍କ ଧୋକା

ଅର୍ଗସ ବ୍ୟୁରୋ: 1984 ମସିହାରେ ଦଶପଲ୍ଲା କୁଆଁରିଆ ଜଳସେଚ଼ନ ଜଳଭଣ୍ଡାର ନିର୍ମାଣ ହୋଇଥିଲା। କିନ୍ତୁ ଜଳଭଣ୍ଡାର ଗର୍ଭରେ ବସବାସ କରୁଥିବା ଅଧିବାସୀମାନେ ହରାଇଥିଲେ ନିଜ ଭିଟାମାଟି। ଜୀବନ ଜୀବିକା ହରାଇ ବିସ୍ତାପିତ ହେଲେ ,ବଞ୍ଚିବା ପାଇଁ ରାହା ଖୋଜିଲେ। ସରକାରଙ୍କଠୁ ମିଳିଥିଲା ପ୍ରତିଶୃତିର ଲମ୍ବା ତାଲିକା। ବାଘୁଆ ନାଳ ଓ ନୂଆ ଓଡ଼ଶର ଗାଁରେ ବସତି ସ୍ଥାପନ କରି ଆଜି ଯାଏଁ ଜୀବନ ଯୁଦ୍ଧ ସହ ସଂଘର୍ଷ  କରି ଚାଲିଛନ୍ତି।  ହରାଇଥିବା ଜମି ବଦଳରେ ନା ଜମି ମିଳିଛି ନା ଜୀବିକା ଅଛି। ଜମି ରେକର୍ଡ଼ ନଥିବାରୁ ବିଭିନ୍ନ ସରକାରୀ ସୁବିଧାରୁ ବି ଏମାନେ ବଞ୍ଚିତ ହେଉଛନ୍ତି । ଏପରିକି ଏମାନଙ୍କ ପିଲାଛୁଆ ମଧ୍ୟ ପାଠ ପଢ଼ିବାରୁ ବଞ୍ଚିତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା , ଦଶପଲ୍ଲା ବ୍ଳକ, ଘୁଗୁଡ଼ିପଡ଼ା ପଞ୍ଚାୟତର ବାଘୁଆ ନାଳ ସହ ୪ଖଣ୍ଡ ଗାଁରେ।

ସ୍ଵାଧୀନତାର ୭୬ ବର୍ଷ ପରେ ବି ବିକାଶ ର ଛାଇ ପଡ଼ିନି ଏହି ଦୁର୍ଗମ ଅଞ୍ଚଳରେ ! ଗାଁକୁ ରାସ୍ତା , ବିଜୁଳି କି,ପିଇବାପାଣିର ସୁବିଧା ନାହିଁ।  ଏମିତିକି ରୋଗାକ୍ରାନ୍ତ କିମ୍ବା ଗର୍ଭବତୀ ମହିଳା ଙ୍କୁ ଖଟିଆରେ ବୋହି ପାହାଡ଼ ଅତିକ୍ରମ କରିବାକୁ ପଡ଼ିଥାଏ ।  ରାଜ୍ୟ ସରକାର ଶୁଦ୍ଧ ପାନୀୟ ଜଳ ନାଁରେ ବସୁଧା ଯୋଜନାର ଡିଣ୍ଡୋରା ପିଟୁଛନ୍ତି। ହେଲେ ୨୪ ବର୍ଷର ସ୍ଥିର ସରକାରରେ ଆଜିବି ଏମାନଙ୍କ ପାଖରେ ଯୋଜନା ଅପହଞ୍ଚ।  ନଦୀ,ନାଳ ଝରଣା ପାଣିରେ ବିତୁଛି ଜୀବନ କିନ୍ତୁ ଅନ୍ୟ କୌଣସି ବିକଳ୍ପ ନାହିଁ I ନା ଏମାନଙ୍କ ପାଖରେ ଭଲ ଘରଟିଏ ଅଛି ନା ଗମନାଗମନ ପାଇଁ ଭଲ ରାସ୍ତା।ବିଜୁଳି ନଥିବାରୁ ଡିବିରି ଆଲୁଅରେ ଦିନ କାଟୁଛନ୍ତି ଅଞ୍ଚଳବାସୀ। ସରକାରଙ୍କ ସବୁ ପ୍ରତିଶୃତି ପାଲଟିଛି ପ୍ରହସନ। ଏପରିକି ରାଜ୍ୟ ସରକାର PDS ରେ ଯୋଗାଇ ଦେଉଥିବା କିରୋସିନି କୁ ବନ୍ଦ କରିଥିବାରୁ  ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ। 

୨୪ ବର୍ଷର ଶାସନ କାଳରେ ସରକାରଙ୍କ ଦୃଷ୍ଟି ପଡ଼ିଲାନି ଏମାନଙ୍କ ଉପରେ । କେବଳ ନିର୍ବାଚନ ବେଳେ  ନେତା ଆସନ୍ତି। ଭୋଟ ପାଇଁ ମିଠା ପ୍ରତିଶୃତି ଦେଇ ଚାଲିଯାନ୍ତି। ଏଥର କିନ୍ତୁ ଗ୍ରାମାବସୀ ମାନେ ପଣ କରିଛନ୍ତି। ମୌଳିକ ସୁବିଧା ନ ଥିବାରୁ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ୫ଖଣ୍ଡ ଗ୍ରାମବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Deception of the displaced by the state government | Argus News