Videos
|
Odisha

Rain Start / ୧୨ ଘଣ୍ଟାରେ ଗଭୀର ଅବପାତ: ଆରମ୍ଭ ହେଲା ବର୍ଷା...

Banajyotshna Ray
Browse all articles by Banajyotshna Ray
·1 hour ago·2 min read
୧୨ ଘଣ୍ଟାରେ ଗଭୀର ଅବପାତ: ଆରମ୍ଭ ହେଲା ବର୍ଷା...
Rain Start

Key Points

ସମ୍ଭାବ୍ୟ ବାତ୍ୟାର ପ୍ରଭାବ ବର୍ତ୍ତମାନ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି
ଗତକାଲି ରାତି ଠାରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ
ଆଜି ସକାଳୁ ବର୍ଷାର ପରିମାଣ ବଢିଛି

ସମ୍ଭାବ୍ୟ ବାତ୍ୟାର ପ୍ରଭାବ ବର୍ତ୍ତମାନ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି। ଗତକାଲି ରାତି ଠାରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳୁ ବର୍ଷାର ପରିମାଣ ଧିରେ ଧିରେ ବଢିବାରେ ଲାଗିଛି। ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ଅଛି। ଗତକାଲି ଠାରୁ ସମସ୍ତ ବ୍ଲକର ବିଡ଼ିଓ ଓ ତହସିଲଦାର ମାନଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।''

.ଜିଲ୍ଲା ପ୍ରଶାସନ ସଜାଗ:


ଏହାସହ ସ୍କୁଲ ଓ କଲେଜରେ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ୭ଟି ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ନିଜ ନିଜ ଅଞ୍ଚଳର ସ୍ଥିତି ଉପରେ ନଜର ରଖିବା ସହ ଯେକୌଣସି ଅଘଟଣ ଘଟିଲେ ତୁରନ୍ତ ପଦକ୍ଷେପ ନେବାକୁ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାରେ ୬ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ ଆଉ ୨୬୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ପ୍ରବଳ ବର୍ଷା ଯୋଗୁଁ କୌଣସି ସ୍ଥାନରେ ଗଛ ପଡ଼ିବା, ରାସ୍ତାଘାଟ ପ୍ରଭାବିତ ହେବା କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଲେ ତୁରନ୍ତ ସେଠାରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନେବା କୁ ନିର୍ଦେଶ ଦିଆଯାଇଛି ।''

ସ୍ଥାନୀୟ ପ୍ରଶାସନ ଓ ବିଭିନ୍ନ ବିଭାଗକୁ ମଧ୍ୟ ଆବଶ୍ୟକ ସମୟରେ ତୁରନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିବା ପାଇଁ ସଜାଗ ରଖାଯାଇଛି। ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ଜିଲ୍ଲାବାସୀଙ୍କୁ ସତର୍କ ରହିବା ସହ ଜରୁରୀ ନଥିଲେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସମସ୍ତ ସତର୍କ ସୂଚନାକୁ ଅନୁସରଣ କରିବାକୁ ମଧ୍ୟ କୁହାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିଛି।''

ଏଥିସହ ପଢ଼ନ୍ତୁ: ଆଜିଠୁ ପ୍ରବଳ ବର୍ଷା: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ସ୍କୁଲ ସବୁ ବନ୍ଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.ବିଭିନ୍ନ ସ୍ଥାନରେ ବର୍ଷା ଜାରି:

ପଶ୍ଚିମକେନ୍ଦ୍ରୀୟ ଏବଂ ଏହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଅବପାତ ପ୍ରାୟ ପଶ୍ଚିମ ଦିଗକୁ ଗତି କରି ଏହା ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୨୫୦ କିମି ପୂର୍ବ-ଦକ୍ଷିଣପୂର୍ବ, ପୁରୀଠାରୁ ୨୭୦ କିମି ଦକ୍ଷିଣ-ପୂର୍ବ, ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟଣମଠାରୁ ୩୩୦ କିମି ପୂର୍ବ-ଦକ୍ଷିଣପୂର୍ବ ଏବଂ ବିଶାଖାପାଟଣାଠାରୁ ୪୧୦ କିମି ପୂର୍ବରେ ରହିଛି। ବର୍ତ୍ତମାନ ଗତକାଲି ରାତିଠାରୁ ବର୍ଷା ଆରମ୍ଭ ହୋଇଥିବାବେଳେ ଆଜି ବର୍ଷାର ପରିମାଣ ବଢ଼ିଛି।''

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ରୂପ ନେବାର ଅତ୍ୟଧିକ ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ମଧ୍ୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ଏହା ୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର ଭୋର ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ଏହା ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବ।''

ଅଧିକ ପଢ଼ନ୍ତୁ ପାଣିପାଗ ଖବର: