Holiday Cancelled / ଆଜିଠୁ ପ୍ରବଳ ବର୍ଷା: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ସ୍କୁଲ ସବୁ ବନ୍ଦ
·50 mins ago·2 min read

Key Points
ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସତର୍କତା
କଳାହାଣ୍ଡି, ମାଲକାନଗିରି, କୋରାପୁଟ, ଗଜପତି, ଜଗତସିଂହପୁର ଓ ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଏହି ସୁଦୃଶ୍ୟ ଲଘୁଚାପ ଏବେ ଅବପାତ ବା ଡିପ୍ରେସନର ରୂପ ନେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ଆଶଙ୍କା ରହିଛି। ଏହାସହ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏହା ଗଭୀର ଅବପାତର ରୂପ ନେଇପାରେ। ଯାହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।''
.ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ:
ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି 7 ଜିଲ୍ଲାର ଜିଲ୍ଲାପାଳ ନେଇଛନ୍ତି ବଡ଼ ନିଷ୍ପତ୍ତି। କଳାହାଣ୍ଡି, ମାଲକାନଗିରି, କୋରାପୁଟ, ଗଜପତି, ଜଗତସିଂହପୁର ଓ ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି। ମାଲକାନଗିରିରେ ଆଜିଠାରୁ ୨୫ ତାରିଖ ଯାଏଁ ଛୁଟି ବାତିଲ ହେବା ସହ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଛନ୍ତି ମାଲକାନଗିରି ଜିଲ୍ଲାପାଳ। ସେହିପରି ସତୀଗୁଡ଼ା, ବାଲିମେଳା ଜଳଭଣ୍ଡାରରେ ମାଛ ଧରିବା ବାରଣ କରାଯାଇଛି। ଜିଲ୍ଲାର ୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଜିଠାରୁ ୨୪ ଯାଏଁ ଗଜପତି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା।''
. ସ୍କୁଲ ଓ କଲେଜ ସବୁ ବନ୍ଦ:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୨ରୁ ୨୪ ଯାଏଁ ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା ସହିତ ହେଡ଼ କ୍ୱାର୍ଟର ନଛାଡିବାକୁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି। ଆଜି ପାଇଁ ଜଗତସିଂହପୁର ଜିଲ୍ଲାର ସବୁ ସରକାରୀ ଓ ଘରୋଇ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାରେ ବି ଆଜିଠାରୁ ୨୪ ଯାଏଁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ପୁରୀ ଜିଲ୍ଲାରେ 23 ତାରିଖରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ବି ସମସ୍ତ ସ୍କୁଲ କଲେଜ ଛୁଚି ଘୋଷଣା।''
ଏଥିସହ ପଢ଼ନ୍ତୁ: ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର; ବାତ୍ୟା ନେଇ ବଡ଼ ଅପଡେଟ୍ ଦେଲା IMD
କନ୍ଧମାଳ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ରହିଛି ବୋଲି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ କହିଛନ୍ତି । ଏହା ସହିତ କଳିଙ୍ଗିଆ ଘାଟିରେ ଭୂଷ୍କଳନ ହେବାର ଆଶଙ୍କା ରହିଥିବାରୁ ଆସନ୍ତା 23 ଏବଂ 24 ତାରିଖ ଦୁଇ ଦିନ ପାଇଁ କଳିଙ୍ଗିଆ ଘାଟି ସିଲ କରାଯିବ ଏବଂ ଘାଟିରେ ଯାତାୟାତ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଏହି ସମୟରେ ଲୋକଙ୍କୁ ସାପ କାମୁଡ଼ାର ଭୟ ରହିଛି, ତେଣୁ ସମସ୍ତ PHC level ରେ Anti Venum ମହଜୁଦ ରଖାଯାଇଛି !ପ୍ରସୂତି ମହିଳା ମାନଙ୍କୁ ସୁରକ୍ଷିତ ପ୍ରସବ ପାଇଁ ନିକଟସ୍ଥ ମା ଗୃହ ଏବଂ ମେଡିକାଲ ଗୁଡ଼ିକରେ ଭର୍ତ୍ତି କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନିର୍ଦେଶ ଦିଆଯାଇଛି !ଜିଲ୍ଲାରେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ଟିମ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି କନ୍ଧମାଳ ଜିଲ୍ଲାପାଳ କହିଛନ୍ତି ।''
ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics
Explore more stories