Deep Depression / ମଧ୍ୟରାତ୍ରିରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ…ପ୍ରଭାବରେ ଆନ୍ଧ୍ରପ୍ରଦେଶ-ଓଡ଼ିଶାରେ ପ୍ରବଳ ବର୍ଷା
·1 week ago·1 min read

Key Points
ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି
ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ୍ର ଦକ୍ଷିଣପଶ୍ଚିମ ଦିଗରେ ଗଭୀର ଅବପାତ ରୂପେ ସ୍ଥଳ ଭାଗ ଛୁଇଁବା ପରେ ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା। ଘଣ୍ଟାପ୍ରତି ୭ କିମି ବେଗରେ ଆଗକୁ ବଢ଼ୁଥିବା ଗଭୀର ଅବପାତର ପବନର ବେଗ ସର୍ବାଧିକ ୫୫ରୁ ୬୫ କିମି ଥିଲା। ଓଡ଼ିଶା ଉପକୂଳରେ ସମୁଦ୍ର ଲହଡ଼ି ୫ ମିଟର ଆଗକୁ ମାଡ଼ି ଆସିଥିଲା।
ଏହା ଦକ୍ଷିଣପଶ୍ଚିମ ଦିଗରେ ଗତି କରୁଥିବାରୁ ଆସନ୍ତା ୨୪ ଘଣ୍ଟା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଏଥି ସହ ପଢନ୍ତୁ : ଲ୍ୟାଣ୍ଡଫଲ ପରେ ପ୍ରବଳବର୍ଷାକୁ ଦୃଷ୍ଟିରେ ରଖି ଆଜି କଳାହାଣ୍ଡି, ଗଞ୍ଜାମ ଏବଂ ମାଲକାନଗିରି ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଛୁଟି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ମାଲକାନଗିରି ରେ ବର୍ଷା ଲାଗିରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସମସ୍ତ ତଳୁଆ ପୋଲ ର ଉଭୟ ପାର୍ଶ୍ୱରେ ବାରିକେଟ ଲଗାଇ ରାସ୍ତା ବନ୍ଦ କରାଯାଇଥିବା ବେଳେ ଜାତୀୟ ରାଜପଥର ଟ୍ରାଫିକ କୁ ପଡୋଶୀ ଛତିଶଗଡ଼କୁ ଡାଇଭର୍ଟ କରାଯାଉଛି । ନିଜେ ଜିଲ୍ଲାପାଳ ମଧ୍ୟ ରାତ୍ରିରେ ତମାମ ଜିନିଷର ତଦାରଖ କରିବାର ଚିତ୍ର ଦେଖିବାକୁ ମିଳିଛି
Related Topics
Explore more stories