Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ - ଧର୍ମେନ୍ଦ୍ର ପ୍ରଧାନ

Odisha

Deep Sea Fishing / ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ - ଧର୍ମେନ୍ଦ୍ର ପ୍ରଧାନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ - ଧର୍ମେନ୍ଦ୍ର ପ୍ରଧାନ
Deep Sea Fishing

Key Points

ଓଡ଼ିଶାରେ ବ୍ଲୁ ଇକୋନୋମିକୁ ବଡ଼ ବଳ
ଗଭୀର ସମୁଦ୍ର ମାଛଧରା ମିଶନ ଆରମ୍ଭ
ମତ୍ସ୍ୟଜୀବୀଙ୍କ ଆୟ ବଢ଼ିବ
ଓଡ଼ିଶାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ହଜାର ହଜାର ମତ୍ସ୍ୟଜୀବୀ ପରିବାରଙ୍କ ପାଇଁ ନୂଆ ଜୀବିକାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ‘ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ’ର ଶୁଭାରମ୍ଭ ଭୁବନେଶ୍ବରରେ ହୋଇଛି । ଉପରାଷ୍ଟ୍ରପତି ଏହି ଗଭୀର ସମୁଦ୍ର ମାଛ ଧରା ମିଶନର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି । ଏହି ଅବସରରେ ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କ ଉପସ୍ଥିତିରେ ଗଭୀର ସମୁଦ୍ରରେ ମତ୍ସ୍ୟ ସଂଗ୍ରହ ପାଇଁ ‘ପ୍ରାଧିକରଣ ପତ୍ର’ (ଏଲଓଏ) ବଣ୍ଟନ କରାଯାଇଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ମିଶନ ବ୍ଲୁ-ଇକୋନୋମିକୁ ସଶକ୍ତ କରିବା ସହ ରାଜ୍ୟର ମତ୍ସ୍ୟଜୀବୀ ପରିବାର ଓ ସମବାୟ ସମିତିଗୁଡ଼ିକୁ ସିଧାସଳଖ ଉପକୃତ କରିବ । ଏହା ମତ୍ସ୍ୟଜୀବୀଙ୍କ ଜୀବନମାନରେ ପରିବର୍ତ୍ତନ ଆଣିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୧୪ ପରଠାରୁ ମତ୍ସ୍ୟପାଳନ କ୍ଷେତ୍ରରେ ଦେଶରେ ବ୍ୟାପକ ପରିବର୍ତ୍ତନ ଆସିଥିବା ଉଲ୍ଲେଖ କରି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଗତ ବର୍ଷ ଭାରତର ମାଛ ରପ୍ତାନି ୧୧ ହଜାର କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇଥିବା ସହ ୨୧ ପ୍ରତିଶତ ରପ୍ତାନି ଅଭିବୃଦ୍ଧି ହାସଲ କରିଛି ।

ଓଡ଼ିଶାର ମତ୍ସ୍ୟ ସମ୍ଭାବନା ସମ୍ପର୍କରେ ସେ କହିଥିଲେ ଯେ, ୫୭୫ କିଲୋମିଟର ଉପକୂଳ ଥିଲେ ମଧ୍ୟ ରାଜ୍ୟର ମାଛ ଉତ୍ପାଦନ ପ୍ରାୟ ୧୨ ଲକ୍ଷ ମେଟ୍ରିକ ଟନ୍‌ ରହିଛି । ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶ ପ୍ରାୟ ୪୫ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ କରୁଛି । ଏହି ବ୍ୟବଧାନକୁ ସୁଯୋଗରେ ପରିଣତ କରିବା ପାଇଁ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା, ଗ୍ରାମୀଣ ଭିତ୍ତିଭୂମିର ବିକାଶ ଏବଂ ମତ୍ସ୍ୟ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ପାଇଁ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ଆବଶ୍ୟକ ବୋଲି ସେ କହିଥିଲେ ।


ଗଭୀର ସମୁଦ୍ରରେ ମାଛଧରା ପାଇଁ ଭାରତୀୟ ପତାକାଧାରୀ ଜାହାଜକୁ ଅନଲାଇନରେ ଅନୁମତି ପ୍ରଦାନ କରିବାକୁ କେନ୍ଦ୍ର ସରକାର ‘ReALCraft’ ଡିଜିଟାଲ୍ ପ୍ଲାଟଫର୍ମକୁ ଅପଗ୍ରେଡ୍ କରିଛନ୍ତି। ଏହା ଦ୍ୱାରା କାଗଜପତ୍ର ବିନା ସହଜରେ ଏଲଓଏ ପ୍ରାପ୍ତ କରାଯିବା ସମ୍ଭବ ହେବ। ଏହାକୁ ‘ଡିଜିଟାଲ୍ ଇଣ୍ଡିଆ’ ଓ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍’ର ଏକ ଉଦାହରଣ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ରାଜ୍ୟର ସମସ୍ତ ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟପାଳନ ଶିଳ୍ପର ବିକାଶରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏସ.ପି. ସିଂହ ବାଘେଲ ଏବଂ ରାଜ୍ୟର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored