Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର କିନ୍ନର ଦୀପା ସାହୁ

Manini Pattanayak
Browse all articles by Manini Pattanayak
·2 years ago
ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର କିନ୍ନର ଦୀପା ସାହୁ

କଟକ: ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର କିନ୍ନର ଦୀପା ସାହୁ। ଆସନ୍ତା ଡିସେମ୍ବର 30 ତାରିଖରେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରୁ ପୁରସ୍କୃତ ହେବେ। ପ୍ରଥମ କିନ୍ନର ଭାବେ ପିଏଚଡି କରି ଏକ ନୂଆ ଇତିହାସ ଲେଖିଛନ୍ତି ଦୀପା।  ଉତ୍କଳ ବିଶ୍ଵବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚ ଡି କରୁଛନ୍ତି।  

ତେବେ ଦୀପାଙ୍କ ଗଳାରେ ଅସ୍ତ୍ରୋପଚାର ହୋଇଥିବରୁ ସେ କିଛି କହି ପାରୁ ନଥିଲେ ମଧ୍ୟ ତାଙ୍କ ମୁହଁର ହସ ବୟାନ କରୁଛି ଏହି ସମ୍ମାନ ପାଇଁ ସେ କେତେ ଖୁସି। ଜୀବନର ଅନେକ ସଂଘର୍ଷ ମଧ୍ୟରେ ଚଟାଣ ଭଳି ମନୋବଳ ସହ ପୂରା ଭାରତର କିନ୍ନର ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ସେ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deepa Sahu will receive the President's Award | Argus News