ସାହୁ ବ୍ରଦର୍ସଙ୍କ ଲାଇସେନ୍ସରେ ଗଦା ଗଦା ଦେଶୀ ମଦ ଭାଟି ଏବଂ ବିଦେଶୀ ଦୋକାନ

ଅର୍ଗସ ବ୍ୟୁରୋ: ଖଡ଼ିଆଳରେ ବି ଦୀପକ ସାହୁଙ୍କ ଲିଙ୍କ୍ । ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରହିଛି ସାହୁ ବ୍ରଦର୍ସଙ୍କ ଲାଇସେନ୍ସରେ ଗଦା ଗଦା ଦେଶୀ ମଦ ଭାଟି ଏବଂ ବିଦେଶୀ ଦୋକାନ । ଦାଦନ ପ୍ରବଣ, ଉପାନ୍ତ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଗଦା ଗଦା ମଦ ଦୋକାନ ଖୋଲି ଅଞ୍ଚଳକୁ ସାହୁ ବ୍ରଦର୍ସ ଗରିବି କରୁଥିବା ଅଭିଯୋଗ । ଏହି ଅଞ୍ଚଳରେ ମଧ୍ୟ ରେଡ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନେକ ସମୟରେ ମଦ ଦୋକାନ, ଭାଟିକୁ ବନ୍ଦ ଏବଂ ସ୍ଥାନାନ୍ତର ପାଇଁ ଦାବି ହେଲେ ବି ସାହୁ ବ୍ରଦର୍ସଙ୍କ ଡରରେ ନେତା ଠୁ ପ୍ରଶାସନ ଚୁପ୍ ।
ଅର୍ଗସରେ ବଡ଼ ଖୁଲାସା । ଦୀପକ ସାହୁଙ୍କ ଟିଟିଲାଗଡ଼ ସ୍ଥିତ ଓମ୍ ଭେଲି ସ୍କୁଲ ନେଇ ବଡ଼ ତଥ୍ୟ ଲାଗିଛି ଅର୍ଗସ ହାତରେ । ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍କୁଲ କରିଛନ୍ତି ଦୀପକ ସାହୁ । ଏଠି ପ୍ରଶ୍ନ ଉଠୁଛି, ସରକାରୀ ଜମିରେ ସ୍କୁଲ ପାଇଁ ଅନୁମତି ଦେଲା କିଏ ? ୩୯ ଏକର ଜମିରେ କେମିତି ହେଲା ସ୍କୁଲ ? ଏ ସ୍କୁଲ କରିବା ପଛରେ ବିଜେଡିର ବଡ଼ ମନ୍ତ୍ରୀଙ୍କ ହାତ ନାହିଁ ତ । କେଉଁଠୁ ଏତେ ସାହସ ପାଇଲେ ଦୀପକ ସାହୁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: