Videos
|
Odisha

ଗୀତ ଗାଇ ପାଠ ପଢ଼ାନ୍ତି ଦୀପକ ସାର

Arpita Mohanty
Browse all articles by Arpita Mohanty
·2 years ago·2 min read
ଗୀତ ଗାଇ ପାଠ ପଢ଼ାନ୍ତି ଦୀପକ ସାର

ଅର୍ଗସ ବ୍ୟୁରୋ : ସାଧାରଣତଃ ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ିବା ବେଳେ ଗୀତ ନାଚଠୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏହି ଶିକ୍ଷକ ଟିକେ ନିଆରା । ପିଲା ମାନଙ୍କ ପାଇଁ ପାଠକୁ ସହଜ କରିବା ପାଇଁ ସେ ନିଜେ ଗୀତ ଲେଖୁଛନ୍ତି ଆଉ ସେହି ଗୀତ ମାଧ୍ୟମରେ ପିଲାଙ୍କୁ ପଢ଼ାଉଛନ୍ତି ବି । ସିଏ ହେଉଛନ୍ତି ଦୀପକ କୁମାର ଦାସ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧିନସ୍ଥ ଆନ୍ଦୋଳ ପଞ୍ଚାୟତରୁ ଏକ ଗରିବ ଚାଷୀଙ୍କ ଘରୁ ଆସିଛନ୍ତି ଦୀପକ। ନିଜେ ପଢ଼ୁଛନ୍ତି ଆଉ ପିଲାଙ୍କୁ ବି ପଢ଼ାଉଛନ୍ତି । ଭଦ୍ରକ ପୌରପାଳିକା ଅଧିନସ୍ଥ ସନ୍ଥିଆ ଠାରେ ଏକ ଟିଣ ଛପର ଘରେ ସବୁ ଧର୍ମର ପିଲାଙ୍କୁ ନେଇ ପାଖାପାଖି ୧୫୦ ଜଣ ଛାତ୍ର, ଛାତ୍ରୀଙ୍କୁ ସେ ପାଠ ପଢ଼ାଉଛନ୍ତି। ନିଜେ ଓଏସ ପାଇଁ ପ୍ରସ୍ତୁତ ହେଉଛନ୍ତି । ତା ସହିତ ପିଲା ମାନଙ୍କୁ ପାଠ ପଢାଇ ତାଙ୍କ ଭବିଷ୍ୟତ ଗଢିବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି ।

ପିଲାମାନଙ୍କୁ କଷ୍ଟ ହେଉଥିବା ଗଣିତ, ବିଜ୍ଞାନ, ଭୁଗୋଳ ଓ ଇତିହାସ କିପରି ସହଜ ହୋଇ ପାରିବ ସେ ନେଇ ରାତିରେ ଗୀତ ଲେଖନ୍ତି ଆଉ ସକାଳେ ସେହି ଗୀତ ମାଧ୍ୟମରେ ପିଲାଙ୍କୁ ପାଠ ପଢାନ୍ତି। ସେ କହିଛନ୍ତି ଆଜିକାଲି ପିଲାମାନେ ମୋବାଇଲରେ ଅଧିକ ସମୟ ସାରୁଛନ୍ତି ସେଥିପାଇଁ କେଉଁ ଉପାୟରେ ପଢ଼ାଇଲେ ସେମାନେ ମୋବାଇଲ ପ୍ରତି ମନ ନ ଦେଇ ପାଠ ପ୍ରତି ଧ୍ୟାନ ଦେବେ ବୋଲି ଚିନ୍ତା କରି ସେ ଗୀତ,ଗପ, କବିତା, ନୃତ୍ୟ ବ୍ୟଙ୍ଗତ୍ମକ କଥା ଆଦି ତରିକା ଦେଇ ଶିକ୍ଷାଦାନ କରୁଛନ୍ତି । 

 

ଏହି ସନ୍ଥିଆ ଅଞ୍ଚଳକୁ ପାଖାପାଖି 5 କିଲୋମିଟର ଦୂରରୁ ପିଲାମାନେ ପାଠ ପଢିବା ପାଇଁ ଆସୁଛନ୍ତି । ବିଶେଷ କରି ଗରିବ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ଦୀପକ। ନିଜେ ଯେମିତି ଗରିବ ଚାଷୀ ପରିବାରରୁ ଆସି କଷ୍ଟ କରି ପାଠ ପଢ଼ିଛନ୍ତି, ସେହିପରି ଆଉ କେଉଁ ଛାତ୍ର, ଛାତ୍ରୀ ମାନେ କଷ୍ଟ ନ କରନ୍ତୁ ସେଥିପାଇଁ ସେ ଗରିବ ପିଲାମାନଙ୍କୁ ମାଗଣାରେ ସମସ୍ତ ଶିକ୍ଷାଦାନ ଦେଉଛନ୍ତି। ଆଗାମୀ ଦିନରେ ସେ କଲେଜ ଛାତ୍ର, ଛାତ୍ରୀଙ୍କୁ ବି ପାଠ ପଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ଉଭୟ ସମ୍ପ୍ରଦାୟରେ ଲୋକମାନେ ତାଙ୍କ ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ତାଙ୍କ ପିଲାଙ୍କୁ ଏଠାକୁ ଛାଡ଼ୁଛନ୍ତି। ଅନେକ ପିଲା ଏଠାରେ ପଢି ପାସ ହୋଇ ଚାକିରୀ ବି କଲେଣି ।ସେପଟେ ଦୀପକ ସାରଙ୍କ ପାଖରେ ପିଲାମାନଙ୍କୁ ପାଠ ପଢ଼ାଇଲେ ତାଙ୍କ ପିଲା ଭଲ ମଣିଷ ହେବ ବୋଲି ଅଭିଭାବକ ମାନେ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର
 

sings and recites the text | Argus News