ଜଗନ୍ନାଥଙ୍କ ଦର୍ଶନ କଲେ ଦୀପିକା ଚିଖାଲିଆ
·2 years ago

ପୁରୀ: ଶ୍ରୀମନ୍ଦିରରେ ଦୀପିକା ଚିଖାଲିଆ। ରାମୟଣ ଚରିତ୍ରରେ ସୀତା ଭୂମିକାରେ ଅଭିନୟ କରିଥିଲେ ଦୀପିକା। ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କଲେ ଦୀପିକା। ମା ଲକ୍ଷ୍ମୀ ଓ ବିମଳାଙ୍କ ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ମଧ୍ୟ କଲେ ଦୀପିକା। ୩୦ ବର୍ଷ ପୂର୍ବେ ଶ୍ରୀମନ୍ଦିର ଦର୍ଶନରେ ଆସିଥିଲି।
ଏବେ ଶ୍ରୀମନ୍ଦିର ଚତୁପାର୍ଶ୍ବର ସମସ୍ତ ଚିତ୍ର ବଦଳି ଯାଇଥିବା ଦେଖି ବେଶ୍ ଆନନ୍ଦ ଅନୁଭବ କରୁଛି।ରାମ ମନ୍ଦିର ନିର୍ମାଣ ଦ୍ବାରା ସନାତନ ଧର୍ମର ଆହୁରି ଅଧିକ ପ୍ରଚାର ପ୍ରସାର ହୋଇପାରିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

