Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ସମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ

Odisha

ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ସମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ସମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ

ବ୍ରହ୍ମପୁର: ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ସମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆମ୍ବପୁଆ ସ୍ଥିତ ବିବେକ ବିହାର ପଡ଼ିଆରେ ଆୟୋଜିତ ହୋଇଛି ବିଜୟ ସଂକଳ୍ପ ସମାବେଶ । ଏହାପୂର୍ବରୁ ଆଜି ନବରଙ୍ଗପୁରରେ ଲୋକସଭା ଓ ବିଧାନସଭାସ୍ତରୀୟ ନିର୍ବାଚନୀ ବୈଠକରେ ସାମିଲ୍ ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କର୍ମୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଓଡ଼ିଶାରେ ଦରକାର ଡବଲ୍ ଇଞ୍ଜିନ୍ ସରକାର ।  

କଂଗ୍ରେସ ଶାସନ ବେଳେ ଭାରତ ସୁରକ୍ଷା ଯାତ୍ରା ଆରମ୍ଭ କରିଥିଲୁ । ଆଜି ଆତଙ୍କବାଦ ସ୍ଥିତି କେଉଁଠି ଅଛି ସମସ୍ତେ ଜାଣିଛନ୍ତି । ଆତଙ୍କବାଦ ବଢ଼ିଥିଲା, ଦେଶ ଅସୁରକ୍ଷିତ ଥିଲା, ଆମର ସଂଗ୍ରାମ ଜାରି ରହିଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଚିତ୍ର ବଦଳିଛି । ବିଜେପି ଏକମାତ୍ର ଦଳ ଯାହା କହେ, ତାହା କରି ଦେଖାଏ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜନାଥ । 

ବିଜେପିର ସ୍ପଷ୍ଟବାଦିତା ଉପରେ ଜୋର ଦେଇଥିଲେ ରାଜନାଥ । ମୋଦିଙ୍କ ବାର୍ତ୍ତା ନେଇ ହିତାଧିକାରୀଙ୍କ ପାଖକୁ ଯାଆନ୍ତୁ । ଦେଶର 2 କୋଟିରୁ ଅଧିକ ଲକ୍ଷପତି ଦିଦି ବନିସାରିଲେଣି । ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଥିବା କହିଥିଲେ ରାଜନାଥ । ନବରଙ୍ଗପୁର, ବ୍ରହ୍ମପୁର ପରେ ଅପରାହ୍ନ 4ଟାରେ ବାରିପଦା ଛଉ ପଡ଼ିଆଠାରେ ଅନୁଷ୍ଠିତ ଦଳୀୟ କର୍ମୀ ସମ୍ମିଳନୀ ଓ ଜନସଭାରେ ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Defense Minister attends victory rally in Berhampur | Argus News