Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କଟକ ପରେ ରାଜଧାନୀ ଭୁବନେଶ୍ଵରରୁ ଗିରଫ ହେଲା ସନ୍ଦିଗ୍ଧ ଆତଙ୍କୀ ଇମ୍ରାନ୍

Crime

Terrorist Arrested / କଟକ ପରେ ରାଜଧାନୀ ଭୁବନେଶ୍ଵରରୁ ଗିରଫ ହେଲା ସନ୍ଦିଗ୍ଧ ଆତଙ୍କୀ ଇମ୍ରାନ୍

Sushanta Sahoo
Browse all articles by Sushanta Sahoo
·1 month ago·2 min read
କଟକ ପରେ ରାଜଧାନୀ ଭୁବନେଶ୍ଵରରୁ ଗିରଫ ହେଲା ସନ୍ଦିଗ୍ଧ ଆତଙ୍କୀ ଇମ୍ରାନ୍
Suspected Terrorist Arrested in Bhubaneswar

Key Points

  • ଦିଲ୍ଲୀ ପୋଲିସ ସ୍କାନରରେ ଥିଲା ଓଡ଼ିଆ ଯୁବକ
  • ଦିଲ୍ଲୀ ବ୍ଲାଷ୍ଟ ଲିଙ୍କ୍‌ରୁ ଓଡ଼ିଶା କନେକ୍ସନ
  • ମାସେ କାଳ ଡେରା ପକାଇଥିଲା ସ୍ପେଶାଲ ବ୍ରାଞ୍ଚ
ଭୁବନେଶ୍ଵର: ରାଜଧାନୀର ଛାତିରେ ରହୁଥିଲା । ମନରେ ଥିଲା ଦେଶ ବିରୋଧୀ ଭାବନା । ଯାହାକୁ ସୋସିଆଲ ମିଡିଆ ଜରିଆରେ ଜାହିର୍ କରୁଥିଲା । ଦେଶବିରୋଧୀ ସ୍ଲୋଗାନ ଏବଂ କଟ୍ଟରବାଦୀ ଚିନ୍ତାଧାରା ପ୍ରଚାର କରୁଥିଲା ସାମାଜିକ ଗଣମାଧ୍ୟମରେ । ଏଭଳି ଅଭିଯୋଗରେ ରାଜଧାନୀରୁ ଜଣେ ଯୁବକକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ।

ଭୁବନେଶ୍ୱରରୁ ଇମ୍ରାନ୍ ନାମକ ଜଣେ ୨୨ ବର୍ଷୀୟ ଯୁବକକୁ କାବୁ କରିଛି ଦିଲ୍ଲୀ ପୋଲିସ । ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଦିଲ୍ଲୀ ପୋଲିସ ନେଇଛି । ପୂର୍ବରୁ ୨୦୧୫ ଡିସେମ୍ବରରେ ଦିଲ୍ଲୀ ପୋଲିସ ଅଲ୍-କାଏଦା ଆତଙ୍କୀ ସଂଗଟନ ସହ ଜଡ଼ିତ ଅଭିଯୋଗରେ କଟକରୁ ଅବଦୁଲ ରେହମାନକୁ ଗିରଫ କରିଥିଲା । ଏବେ ଉକ୍ତ ମାମଲାର ୧୧ ବର୍ଷ ପରେ ରାଜଧାନୀ ଭୁବନେଶ୍ଵରରୁ ଗିରଫ ହୋଇଛି ଇମ୍ରାନ ।

ଏଥିସହ ପଢ଼ନ୍ତୁ: ରାଜଧାନୀର ୟୁନିଟ-୬ରୁ ଆତଙ୍କବାଦୀ ଗିରଫ: ପାକିସ୍ତାନ ସହ ଲିଙ୍କରେ ଥିଲେ ...ରଚୁଥିଲେ ବଡ଼ ଷଡ଼ଯନ୍ତ୍ର

ଗିରଫ ସନ୍ଦିଗ୍ଧ ହେଉଛି ଶେଖ୍ ଇମ୍ରାନ ଓରଫ୍ ଏସ.କେ ଇମ୍ରାନ, ବୟସ- ୨୨ ବର୍ଷ । ବାପାଙ୍କ ନାଁ- ଶେଖ୍ ଅମିର, ୟୁନିଟ୍-୬ ଗଙ୍ଗନଗର ଅଞ୍ଚଳରେ ରହୁଥିଲେ । ଦଶମ ଫେଲ୍ ପରେ ବେକାର ହୋଇ ଘରେ ଥିବା ଇମ୍ରାନ କିଛି ଦିନ ଭୁବନେଶ୍ବରରେ ଡୋର ଟୁ ଡୋର ଖାଦ୍ୟ ବିକ୍ରି କରୁଥିଲା ।

କିନ୍ତୁ କେତେବେଳେ ମୋବାଇଲ୍ ମାଧ୍ୟମରେ କଟ୍ଟରବାଦୀ ସଙ୍ଗଠନ ସହ ଯୋଡ଼ି ହୋଇଗଲା, ସୋସିଆଲ୍ ମିଡିଆରେ ଦେଶଦ୍ରୋହ ସମ୍ପର୍କିତ ଖବର ପ୍ରସାରିତ କଲା ତାହା ପରିବାର ଲୋକେ ବି ଜାଣିପାରିଲେ ନାହିଁ ।

କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ଇମ୍ରାନ୍ କେବଳ ପୋଷ୍ଟ କରୁନଥିଲା ବରଂ ଅନ୍ତର୍ଜାତୀୟ କଟ୍ଟରବାଦୀ ଗୋଷ୍ଠୀ ସହ ସିଧାସଳଖ ସମ୍ପର୍କରେ ଥିଲା । ଏହି କାମ ପାଇଁ ତା' ପାଖକୁ ବେଆଇନ ଭାବେ ଟଙ୍କା ପଠାଯାଉଥିବା ମଧ୍ୟ ସନ୍ଦେହ କରାଯାଉଛି ।

ଦେଶ ବିରୋଧରେ ବିଭିନ୍ନ ଉତ୍ତେଜନାମୂଳକ ପୋଷ୍ଟ ପାଇଁ ସେ ନିୟମିତ ପେମେଣ୍ଟ ପାଉଥିବା ନେଇ ତଦନ୍ତକାରୀ ସଂସ୍ଥା ପ୍ରମାଣ ପାଇଛି । ଶନିବାର ଇମ୍ରାନକୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯିବା ପରେ ଦିଲ୍ଲୀ ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି ।

ଏଥିସହ ପଢ଼ନ୍ତୁ: ସ୍କୁଲ୍ ହଷ୍ଟେଲ୍ ଗାର୍ଡଙ୍କ ଜଘନ୍ୟ କାଣ୍ଡ; ୫ ବର୍ଷର ବାଳକ ସହ ଅପ୍ରାକୃତିକ ସମ୍ପର୍କ ପରେ କାଟିଦେଲା ତଣ୍ଟି

ଘଟଣାର ସୂତ୍ରପାତ ହୋଇଥିଲା ଗତବର୍ଷ ନଭେମ୍ବର ମାସରେ । ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ସମ୍ମୁଖରେ ହୋଇଥିବା ଏକ ବୋମା ବିସ୍ଫୋରଣ ଘଟଣାରେ କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍ । ସେହିଠାରୁ ହିଁ ମିଳିଥିଲା ଓଡ଼ିଶା ଲିଙ୍କ୍ ।

ତଦନ୍ତରୁ ଜଣାପଡ଼ିଥିଲା ଯେ ଭୁବନେଶ୍ୱରର ଶେଖ୍ ଇମ୍ରାନ୍ ସୋସିଆଲ ମିଡିଆରେ ଦେଶ ବିରୋଧୀ କାର୍ଯ୍ୟକଳାପରେ ସକ୍ରିୟ ଅଛି । ଇନଷ୍ଟାଗ୍ରାମ, ଫେସବୁକ୍ ଓ ହ୍ୱାଟସ୍‌ଆପ୍ ଜରିଆରେ କଟ୍ଟରବାଦୀ ପୋଷ୍ଟ କରି ଯୁବପିଢିଙ୍କୁ ବିଭ୍ରାନ୍ତ କରୁଛି । ଏହାର ଟେର ପାଇବା ପରେ ଦିଲ୍ଲୀ ପୋଲିସର ଏକ ଟିମ୍ ମାସେ ହେଲା ଓଡ଼ିଶାରେ ଛାନଭିନ୍ ଜାରି ରଖିଥିଲା । ଶେଷରେ ଶୁକ୍ରବାର କମିଶନରେଟ୍ ପୋଲିସ ସହାୟତାରେ ଇମ୍ରାନକୁ ଗିରଫ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suspected Terrorist Imran Arrested in Bhubaneswar by Delhi Police | Argus News | Argus News