ରାଜଧାନୀର ହିଟ୍ ଆଣ୍ଡ ରନ ମାମଲା, ନ୍ୟାୟ ଦାବିରେ ବିଜେପିର ଧାରଣା

ଅର୍ଗସ ବ୍ୟୁରୋ: ନ୍ୟାୟ ଦାବିରେ ବିଜେପିର ଧାରଣା। ରାଜଧାନୀର ହିଟ୍ ଆଣ୍ଡ ରନ ମାମଲାରେ ଅଭିଯୁକ୍ତକୁ ଗିରଫ ଦାବି ସହ ଅମ୍ବାଭନା ଥାନା ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ବିଜେଡି ନେତା ଓ ବିଜେଡି ବାହୁବଳି ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଝାରସୁଗୁଡ଼ା ଜିଲ୍ଲା ବିଜେପି। ଏନେଇ ଝାରସୁଗୁଡ଼ାର ପୁରୁଣା ବସ୍ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଧାରଣା ଦେଇଛି ବିଜେପି। ଭୁବନେଶ୍ଵର ପାୱାର ହାଉସ ଛକରେ ହୋଇଥିବା ହିଟ୍ ଆଣ୍ଡ ରନ୍ ମାମଲାକୁ ନେଇ ବିବାଦ ଥମିନାହିଁ । ରାଜଧାନୀର ରାଜରାସ୍ତାରେ ରେଞ୍ଜ ରୋଭର ଧକ୍କାରେ ତିନି ଦିନ କାଳ ଜୀବନ ସହ ଯୁଝି, ଯୁଝି ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରା ଆଖି ବୁଜିଛନ୍ତି ।
OD-23-K-0006 ନମ୍ବର ବିଶିଷ୍ଟ ଏକ ରେଞ୍ଜ ରୋଭର ଧକ୍କାରେ କଟକର ଏକ ଘରୋଇ ହସ୍ପିଟାଲରେ ଲୋପାମୁଦ୍ରାଙ୍କ ଜୀବନ ଯିବା ପରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଜୀବନ ସହ ଲଢୁଛନ୍ତି ଅବସରପ୍ରାପ୍ତ ସିଆଇଏସ୍ଏଫ୍ ଯବାନ କାହ୍ନୁଚରଣ ନାୟକ ଉକ୍ତ ଘଟଣାରେ ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯାଉ ଏବଂ ବରଗଡ଼ ଜିଲ୍ଲାର ଅମ୍ବାଭୋନା ଥାନା ଭିତରେ ପଶି ଦୁର୍ବୃତ୍ତଙ୍କ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ବିଜେଡି ନେତା ଓ ବିଧାୟକ ଙ୍କୁ ଗିରଫ ଦାବିରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ଆଜି ପୁରୁଣା ବସ୍ ଷ୍ଟ୍ୟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତି ସମ୍ଭୁଖରେ ରାଜ୍ୟ ସରକାର ବିରୁଦ୍ଧରେ ଧରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛି ଝାରସୁଗୁଡ଼ା ଜିଲ୍ଲା ବିଜେପି l ଏହି ଧାରଣା ଓ ବିକ୍ଷୋଭ ରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ , ଜିଲ୍ଲା ସଭାପତି ସୁନୀଲ ପଣ୍ଡା ଏବେ ଅନ୍ୟାନ୍ୟ କର୍ମୀ ଓ ସମର୍ଥକ ବିକ୍ଷୋଭ ଓ ଧାରଣ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: