Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାରା ରାଜ୍ୟରେ ପୂର୍ବତନ ବିଧାୟକଙ୍କୁ ଗିରଫ ଦାବି

Manini Pattanayak
Browse all articles by Manini Pattanayak
·2 years ago·2 min read
ସାରା ରାଜ୍ୟରେ ପୂର୍ବତନ ବିଧାୟକଙ୍କୁ ଗିରଫ ଦାବି

ଭୁବନେଶ୍ୱର:  ପୋଲିସ ରାଡାରରେ ପୂର୍ବତନ ବିଜେଡି ବିଧାୟକ ରଘୁନନ୍ଦନ ଦାସ ।  ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଓ ଆକ୍ରମଣ ପଡ଼ିଲା ମହଙ୍ଗା...ତଦନ୍ତ ପାଇଁ ବିଜେଡିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସଙ୍କ ଘରେ ପୋଲିସ। ସାରା ରାଜ୍ୟରେ ପୂର୍ବତନ ବିଧାୟକଙ୍କୁ ଗିରଫ ଦାବି। ବିଜେଡି ନେତାଙ୍କ ଗୁଣ୍ଡାରାଜକୁ ମହିଳା ସାମ୍ବାଦିକ ସଂଘର ଦୃଢ଼ ନିନ୍ଦା। ଅର୍ଗସ ସାମ୍ବାଦିକାଙ୍କୁ କୁକୁର ଛାଡି ମିଛ କହିଲେ ରଘୁନନ୍ଦନ ଦାସ ।
 ବିଜେଡିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସଙ୍କ ଘରେ ପୋଲିସ । କ୍ୟାପିଟାଲ ଥାନା ପୋଲିସର ଏକ ଟିମ୍ ରଘୁନନ୍ଦନଙ୍କ ଘରକୁ ଯାଇ ତଦନ୍ତ କରିଛି । IPC ର ଦଫା 354/323/294/506 ଆଧାରରେ ମାମଲା ରୁଜୁ ହୋଇଛି । ବିଜେଡି ନେତାଙ୍କ ଏଭଳି ଗୁଣ୍ହାରାଜକୁ ସାରା ରାଜ୍ୟରେ ପ୍ରବଳ ବିରୋଧ କରାଯାଇଛି ।  

ଯାଜପୁରରୁ ରାୟଗଡା, କଣ୍ଟାବାଞ୍ଜିରୁ ବ୍ରହ୍ମପୁର, ସୋନପୁର ପର୍ଯ୍ୟନ୍ତ ସବୁଠି ପ୍ରତିବାଦର ସ୍ବର ।  ଆକ୍ରମଣକାରୀ ବିଜେଡି ନେତା ରଘୁନନ୍ଦନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏଥିସହ ସାମ୍ବାଦିକ ସୁରକ୍ଷା ଆଇନ ଦାବିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛନ୍ତି କାର୍ଯ୍ୟରତ ସାମ୍ବାଦିକ । ସେପଟେ କ୍ଷମତାରୁ ବିଦା ହୋଇଥିଲେ ମଧ୍ଲ୍ୟ ବିଜେଡି ନେତାଙ୍କ ସାମ୍ବାଦିକ ମାନଙ୍କୁ ନାଲି ଆଖି ଦେଖାଇବା ବନ୍ଦ ହୋଇନାହିଁ  ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଦିଲୀପ ମଲ୍ଳିକ ।  ପୂର୍ବ ସରକାରରେ ସୂଚନା ପ୍ରସାରଣ ମନ୍ତ୍ରୀ ଥିବା ବିଜେଡି ନେତାଙ୍କ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । 
ପ୍ରଥମେ ଗୁଣ୍ଡାରାଜ, ପରେ ମିଛ  ବାହାନା ।

ମାମଲା ରୁଜୁ ପରେ ନିଜକୁ ବଞ୍ଚାଇବାକୁ ରଘୁନନ୍ଦନ ଅପଚେଷ୍ଟା କରିଛନ୍ତି। ପୋଲିସ ଆକ୍ସନରୁ ବଞ୍ଚିବାକୁ ରଘୁନନ୍ଦନ ମିଛ ନାଟକ କରୁଛନ୍ତି। ମହିଳା ସାମ୍ବାଦିକଙ୍କ ଉପରକୁ ଛାଡ଼ିଥିଲେ କୁକୁର। ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ। ଗତକାଲି ଲାଇଭ୍ ସୋ’ରେ କୁକୁର ଛାଡ଼ିବା କଥା ସ୍ବୀକାର କରିଥିଲେ ରଘୁନନ୍ଦନ। ସୁରକ୍ଷାକର୍ମୀଙ୍କ ଅନୁମତି ନେଇ ହିଁ କ୍ବାର୍ଟର୍ସ ଭିତରକୁ ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି, କିନ୍ତୁ ରଘୁନନ୍ଦନ ଆଜି ମିଛ ବୟାନ ଦେଇଛନ୍ତି। ଏଠି ପ୍ରଶ୍ନ ଗଣମାଧ୍ୟମ ପ୍ରତିନିଧି ଯଦି ଆକ୍ରମଣ କରିଛନ୍ତି ତେବେ ଏହାର ସିସିଟିଭି ଫୁଟେଜ କାହିଁକି ଦାଖଲ କରୁନାହାନ୍ତି । ତଥ୍ୟ ସହ ସବୁ ପ୍ରମାଣ ଦାଖଲ କଲେ ଚିତ୍ର ସ୍ପଷ୍ଟ ହୋଇଯିବ । ମହିଳା ସାମ୍ମ୍କ୍ବାଦିକଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇଥିଲେ ମଧ୍ୟ ଏବେ କାହିଁକି ଗାଲଭୁରୁଡି କରୁଛନ୍ତି । କକୁରଛାଡି ମରଣାନ୍ତକ ଆକ୍ରମଣ ଉଦ୍ୟମ କରିଛନ୍ତି ରଘୁନନ୍ଦନ। ତାଙ୍କ ବିରୋଧରେ ଦଫା 307 ଲଗାଇବା ପାଇଁ ଦାବି ହୋଇଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତକାଲି ବିଜେଡି ନେତା ବବି ଦାସଙ୍କ ଘରେ ଭଙ୍ଗାରୁଜା ଚାଲିଥିବା ବେଳେ ଅର୍ଗସ ନ୍ୟୁଜ ଏହାର EXCLUSIVE ଭିଜୁଆଲ ଦେଖାଇଥିଲା । ଏହାକୁ ନେଇ ଚିହିଙ୍କି ଉଠିଥିଲେ ତାଙ୍କ ଘର ପାଖରେ ରହୁଥିବା ରଘୁନନ୍ଦନ ଦାସ । କାର୍ଯ୍ୟରତ ସାମ୍ବାଦିକ ଓ କ୍ୟାମେରାପର୍ସନଙ୍କ ଉପରକୁ କୁକୁର ଛାଡିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଗତକାଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଛାନଭିନ୍ କରୁଛି ।   

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Sponsored
Demand for arrest of former MLAs across the state | Argus News