Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗତବର୍ଷ ଅପେକ୍ଷା ରାଜ୍ୟରେ ଡେଙ୍ଗୁ କେସ ୧୦୦ ରୁ ୧୫୦ ଅଧିକ ରହିଛି

Odisha

ଗତବର୍ଷ ଅପେକ୍ଷା ରାଜ୍ୟରେ ଡେଙ୍ଗୁ କେସ ୧୦୦ ରୁ ୧୫୦ ଅଧିକ ରହିଛି

Smruti Parija
Browse all articles by Smruti Parija
·1 year ago·1 min read
ଗତବର୍ଷ ଅପେକ୍ଷା ରାଜ୍ୟରେ  ଡେଙ୍ଗୁ କେସ ୧୦୦ ରୁ ୧୫୦ ଅଧିକ ରହିଛି

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ଡେଙ୍ଗୁ । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସଇଁତଳାର ଏକ ଗାଁ ହଟସ୍ପଟ୍ ହୋଇଛି । ୧୧ ଡେଙ୍ଗୁ କେସ୍ ସେହି ସ୍ଥାନରେ ଚିହ୍ନଟ ହୋଇଛି । ଗତବର୍ଷ ଅପେକ୍ଷା ରାଜ୍ୟରେ  ଡେଙ୍ଗୁ ମାମଲା ୧୦୦ ରୁ ୧୫୦ ଅଧିକ ରହିଛି ।  ଗତବର୍ଷ ୨୦୯ଟି କେସ୍ ଏହି ସମୟ ପର୍ଯ୍ୟନ୍ତ ଥିଲା ଯାହା ଚଳିତ ଥର ୩୪୯ ଚିହ୍ନଟ ହୋଇଛି । ଚଳିତ ଥର ୩୦ ହଜାରରୁ ଅଧିକ ଟେଷ୍ଟ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଡେଙ୍ଗୁ ମୃତ୍ୟ ରାଜ୍ୟରେ ସାମ୍ନାକୁ ଆସି ନାହିଁ। 

ବର୍ଷା ଶୀଘ୍ର ଆସିଥିବାରୁ ଡେଙ୍ଗୁ କେସ ବଢିବାର ସମ୍ଭାବନା ରହିଥାଏ । କିନ୍ତୁ ଏଥର ଆଗୁଆ ପଦକ୍ଷେପ ମଧ୍ୟ ନିଆଯାଇଛି । ଚଳିତ ବର୍ଷ ଭୁବନେଶ୍ୱରରେ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୯ ଡେଙ୍ଗୁ ଚିହ୍ନଟ ହୋଇଛି। ବିଭିନ୍ନ ପ୍ରକାର ପଦକ୍ଷେପ ଡେଙ୍ଗୁ ନ ବଢିବା ପାଇଁ ନିଆଯାଇଛି ।

ଘରକୁ ଘର ବୁଲି ସର୍ଭେ କରିବା ସହ ଟିମ୍ ବୁଲି ଯାଞ୍ଚ କରୁଛି କେଉଁ ଘର ବାହାରେ ପାଣି ଜମିଛି କି ନାହିଁ, ଫଗିଂ କରାଯାଉଛି, ଶୀଘ୍ର ରୋଗ ଚିହ୍ନଟିକରଣ ପାଇଁ ଏଲିଶା ମେସିନ ଦିଆଯାଇଛି । ପ୍ରାଇଭେଟ୍ ରେ ଟେଷ୍ଟ ନକରାଇ ସରକାରୀ ଜାଗାରେ ପରୀକ୍ଷା ପାଇଁ କୁହାଯାଇଛି । ଯେଉଁ ପରୀକ୍ଷା ପଦ୍ଧତି ଗ୍ରହଣୀୟ ସେଥିରେ ପରୀକ୍ଷା କରନ୍ତୁ । ଭୁବନେଶ୍ଵର ପରୀକ୍ଷା କେନ୍ଦ୍ର ବଢ଼ାଯାଇଛି । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଡେଙ୍ଗୁ ପରୀକ୍ଷା ନେଇ ବ୍ୟବସ୍ଥା କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Dengue cases in the state are 100 to 150 more than last year | Argus News