Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେଓମାଳୀ: ପାହାଡ ଉପରକୁ ଯିବା ରାସ୍ତା ଖାଲଖମାରେ ଭରା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦେଓମାଳୀ: ପାହାଡ ଉପରକୁ ଯିବା ରାସ୍ତା ଖାଲଖମାରେ ଭରା

ଅର୍ଗସ ବ୍ୟୁରୋ:  ରାଜ୍ୟର ସୁଉଚ୍ଛ ସୃଙ୍ଗ। ସମୁଦ୍ର ପତନଠାରୁ 1,672 ମିଟର ଉଚ୍ଚତାରେ ଥିବା ଏହି ପାର୍ବତ୍ୟମାଳା ତାର ଭିନ୍ନ ସୌନ୍ଦର୍ଯ୍ୟ ଓ ବୈଶିଷ୍ଟତା ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସିଛି | ସେଥିପାଇଁ ଏଠି ପ୍ରକୃତି ପ୍ରେମୀଙ୍କ ଭିଡ ଲାଗେ, ମାତ୍ର ଏଠାକୁ ପହଞ୍ଚିବା ସେତେ ସହଜ ନହେଁ। ପାହାଡ ଉପରକୁ ଯିବା ରାସ୍ତା ଖାଲଖମାରେ ଭରା। ଅବହେଳିତ ହୋଇ ପଡ଼ି ରହିଛି ଦେଓମାଳୀ ରାସ୍ତା। ଖାଲଖମାରେ ଭର୍ତ୍ତି ରାସ୍ତା ପର୍ଯ୍ୟଟଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ ।

କୁନ୍ଦୁଲି ନିକଟର ଅପେକ୍ଷାକୃତ ସମତଳ ଅଞ୍ଚଳକୁ ଛାଡି ପର୍ଯ୍ୟଟକ ଯେତେବେଳେ ଦେଓମାଳି ମୁହାଁ ହୁଅନ୍ତି ସେତିକି ବେଳଠାରୁ ହିଁ ଆନନ୍ଦ ଭରା ଶୀତୁଆ ପବନ ମନକୁ ଛୁଇଁଯାଏ । ମାତ୍ର ପାହାଡ ଉପରକୁ ଯିବା ରାସ୍ତା ଏବେ ପାଲଟିଛି ମରଣ ଯନ୍ତା। ପୁର୍ତ୍ତ ବିଭାଗ ଦ୍ବାରା ପର୍ଯ୍ୟଟନର ବିକାଶ ପାଇଁ ପର୍ବତ ଉପରେ ଲମ୍ବା ପକ୍କା ରାସ୍ତା ତିଆରି କରା ହୋଇଛି ହେଲେ ତାହା ବର୍ତମାନ ଖାଲଖମା ଭରା   ।

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ମାତ୍ର ଦେଓମାଳୀକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସେଭଳି କିଛି ସୁବିଧା ସୁଯୋଗ ନାହିଁ। ତତ୍କାଳୀନ ସରକାର ବନବିଭାଗ ତରଫରୁ କେବଳ ହାତ ଗଣତିରେ କିଛିଟି କଟେଜ ନିର୍ମାଣ କରିଛନ୍ତି ଯାହା ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଉଦ୍ଧିଷ୍ଟ ନୁହେ। ଫଳରେ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ରାଜ୍ୟର ସବୁଠାରୁ ଉଚ୍ଚତମ ଶୃଙ୍ଗ ହୋଇଥିବା ଦେଓମାଳୀକୁ ପ୍ରୟ ବର୍ଷ ତମାମ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ବେଳେ ଏଠାରେ ବିକାଶ ହୋଇଛି ବାଟବଣା। 25 ବର୍ଷର ସରକାର ସମୟରେ ହୋଇଥିବା ବିକାଶର ବାହାସ୍ପୋଟ କାଗଜ କଲମରେ ରହିଗଲା |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Deomali: The road going up the hill is full of potholes | Argus News