ଭରତପୁର ଥାନା ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ
·1 year ago·1 min read

ଭୁବନେଶ୍ବର : ଭରତପୁର ଥାନାରେ ଆର୍ମି ପୋଲିସ ବିବାଦ ମାମଲା | ମେସିନ ଆଗରେ ଘଟଣା କହୁଛନ୍ତି ନିଲମ୍ବିତ ପୋଲିସ | ନିଲମ୍ବିତ ଥାନା ଅଧିକାରୀ ଓ ପୋଲିସ ଅଫିସରଙ୍କର ହେଉଛି ପଲିଗ୍ରାଫ ଟେଷ୍ଟ | ଗୁଜୁରାଟ ଗାନ୍ଧୀ ନଗର DFSL ରେ ହେଉଛି ମିଛ ଧରା ପରୀକ୍ଷା ।
ଅଧିକ ପଢନ୍ତୁ : ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
ସେପଟେ ଭରତପୁର ଥାନା ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ଜଷ୍ଟିସ ଚିତ୍ତରଞ୍ଜନ ଦାଶ କମିଶନଙ୍କ ପ୍ରଥମ ବୈଠକ ବସିଥିଲା। ଆଜିଠାରୁ ସତ୍ୟପାଠ ଦାଖଲ ପକ୍ରିୟା ଆରମ୍ଭ ହେବ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ୨୧ ଦିନ ମଧ୍ୟରେ ସତ୍ୟପାଠ ଦାଖଲ ପାଇଁ ଆହ୍ୱାନ କରାଯିବ। ଯେଉଁମାନେ ଘଟଣାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସମ୍ପୃକ୍ତ ଥିବେ ସେମାନେ ସତ୍ୟପାଠ ଦାଖଲ କରିପାରିବେ। ଆଗ ସତ୍ୟପାଠ ଯାଞ୍ଚ କରି ହାଜର ପାଇଁ ସମନ କରାଯିବ। ଏହାପରେ ତାଙ୍କର ବୟାନ ରେକର୍ଡ ସହ ସାକ୍ଷ୍ୟ ଗ୍ରହଣ କରାଯିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: