Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୌଳିକ ସୁବିଧାରୁ ବଞ୍ଚିତ କିମ୍ବାଝୁଲା ଓ ଡ଼େରିଙ୍ଗାଗୁଡା

Odisha

ମୌଳିକ ସୁବିଧାରୁ ବଞ୍ଚିତ କିମ୍ବାଝୁଲା ଓ ଡ଼େରିଙ୍ଗାଗୁଡା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମୌଳିକ ସୁବିଧାରୁ ବଞ୍ଚିତ କିମ୍ବାଝୁଲା ଓ ଡ଼େରିଙ୍ଗାଗୁଡା

ଅର୍ଗସ ବ୍ୟୁରୋ:  ନା ଅଛି ପକ୍କା ରାସ୍ତାର ସୁବିଧା ନା ମୁଣ୍ଡ ଉପରେ ଅଛି ପକ୍କା ଘରର ବ୍ୟବସ୍ଥା। ସରକାରୀ ଯୋଜନା ଏଠି ଉପହାସ । ରାୟଗଡା ପଦ୍ମପୁର ବ୍ଳକ ନାଇରା ପଂଚାୟତ କିମ୍ବାଝୁଲା ଗାଁର। ଗାଁ କୁ ଦେଖିଲେ ସ୍ପଷ୍ଟ ହେଉଛି ବିକାଶର ବାସ୍ତବତା। କାଦୁଅ ପଚପଚ ରାସ୍ତାରେ ଚାଲିକି ଯିବା କଷ୍ଟକର । ଗ୍ରୀଷ୍ମ ଋତୁରେ ଯେମିତି ସେମିତି  ଚଳିଯାଏ କିନ୍ତୁ ବର୍ଷା ଦିନେ ସ୍ଥିତି ଦୟନୀୟ । ଏହି ରାସ୍ତା ୩ଟି ଗାଁ ପାଇଁ ଲାଇଫ୍ ଲାଇନ୍। ଏହା ଉପରେ ନିର୍ଭର କରନ୍ତି କିମ୍ବାଝୁଲା ଗାଁର ପ୍ରାୟ 3୦ ରୁ ଅଧିକ ପରିବାର।  ମାତ୍ର ରାସ୍ତା ନଥିବାରୁ ଏକ ପ୍ରକାର ବନ୍ଦି ଜୀବନ ବିତାଉଛନ୍ତି ଗ୍ରାମବାସୀ।

କେବଳ ସମସ୍ୟା ରାସ୍ତା ମଧ୍ୟରେ ସୀମିତ ନୁହେଁ । ଗାଁରେ ରହୁଥିବା ଅନେକ ଗରିବ ଆଦିବାସୀ ପରିବାର ଆବାସ ଯୋଜନାରୁ ବଞ୍ଚିତ । ତେଲିଆ ମୁଣ୍ଡରେ ତେଲ ସଦୃଶ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନାହିଁ ପକ୍କାଘର। ଆବାସ ଯୋଜନା ଏଠି ପାଲଟିଛି ସାତସପନ। ଦୀର୍ଘ ବର୍ଷ ହେବ ଝାଟି ମାଟିର ପଲିଥିନ ଘୋଡା କୁଡ଼ିଆରେ ବିତୁଛି ଜୀବନ। ଗାଁ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳ, ନେତାମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନି। ବିଗତ ସରକାର ନେତା ମନ୍ତ୍ରୀ ଙ୍କୁ ଅନେକ ଗୁହାରି ପରେ ମଧ୍ୟ ସ୍ଥିତି ସୁଧୁରି ନାହିଁ।  ଏବେ ସରକାର ବଦଳିଛି , ନୂଆ ସରକାରଙ୍କ ନିକଟରେ ଆଶା ବାନ୍ଧିଛନ୍ତି ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Deprived of basic facilities in kinmbajhula village | Argus News