Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଭୋଟ ବର୍ଜନ କଲେ ୩ ଗାଁ ଲୋକେ

Odisha

ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଭୋଟ ବର୍ଜନ କଲେ ୩ ଗାଁ ଲୋକେ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଭୋଟ ବର୍ଜନ କଲେ ୩ ଗାଁ ଲୋକେ

କୋରାପୁଟ : ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଭୋଟ ବର୍ଜନ କଲେ ୩ ଗାଁ ଲୋକେ । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଭିତରଗଡ ପଞ୍ଚାୟତ ଭିଲାପୁଟ, ଜାନିଗୁଡା, ସେମିଳିଗୁଡା ଗାଁରେ ଭୋଟ ବର୍ଜନ କରାଯାଇଛି । ଏହି ଗାଁର ଲୋକେ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ପାନୀୟ ଜଳ , ଶିକ୍ଷା, ସ୍ବାସ୍ଥ୍ୟ ସମସ୍ୟାରୁ ବଞ୍ଚିତ ଅଛନ୍ତି ଏହି ଗାଁ ର ଲୋକେ । ଏନେଇ ପ୍ରଶାସନକୁ ଅନେକ ଥର ଲିଖିତ ଆକାରରେ ଜଣାଇବା ସତ୍ତ୍ବେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି ସରକାର ।

ଅଧିକ ପଢନ୍ତୁ : ଭୋଟ୍ ଦେଉଛନ୍ତି କୋଟିଆବାସୀ

ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ସବୁବେଳେ ଲୋକଙ୍କ ବିକାଶର ତଥା ରୂପାନ୍ତରୀକରଣର କଥା କହୁଥିବା ବେଳେ ଏପର୍ଯ୍ୟନ୍ତ ଏହି ଗାଁର ଲୋକେ ବିକାଶକୁ ଦେଖି ପାରିନାହାନ୍ତି । ଯାହାକୁ ବିରୋଧ କରି ଭୋଟ ବର୍ଜନ କରିଛନ୍ତି ଗାଁ ଲୋକେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Deprived of basic facilities, the people of 3 villages refused to vote | Argus News