Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ବିଦ୍ୟୁତ୍ ସେବାରୁ ବଞ୍ଚିତ, ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି   

Manini Pattanayak
Browse all articles by Manini Pattanayak
·2 years ago·1 min read
 ବିଦ୍ୟୁତ୍ ସେବାରୁ ବଞ୍ଚିତ, ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି   

ମୟୂରଭଞ୍ଜ: ଓଡିଶା ସରକାରଙ୍କ ୨୪ ବର୍ଷ  ଶାସନ ପରେ ବି ବିଦ୍ୟୁତ୍ ସେବାରୁ ବଞ୍ଚିତ ବାଲିଟାଙ୍ଗରି ଗ୍ରାମବାସୀ । ଶେଷରେ ଭୋଟ ବର୍ଜନର ନେଲେ ନିଷ୍ପତି  । ଗୋଟିଏ  ପଟେ  ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ନାମାଙ୍କନ ପତ୍ର  ଦାଖଲ ଚାଲିଥିବା ବେଳେ  ଆଉ ଗୋଟିଏ ପଟେ  ଭୋଟ ବର୍ଜନର  ଅଭିଯୋଗ ପତ୍ର ଦାଖଲ ଚାଲିଛି  । ଏହିଭଳି ଅଭାବନୀୟ ପ୍ରତିଛବି ଦେଖି ବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ  ।

ତେବେ  ଗ୍ରାମବାସୀଙ୍କ  ଅଭିଯୋଗ ଅନୁସାରେ  ଦୀର୍ଘ ଆଠ ବର୍ଷ ଧରି ଲୋକେ  ଅନ୍ଧାର ମୂଲକରେ ଜୀବନ ଯାପନ କରୁଥିବା ବେଳେ  ବାରମ୍ବାର  ସମସ୍ୟା  ନେଇ  ପ୍ରଶାସନ  ପାଖରେ ଅଭିଯୋଗ କରି ଆସୁଥିଲେ ସୁଧା  ବିଦ୍ୟୁତ ସେବାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ । ତେଣୁ  ବାଧ୍ୟ ହୋଇ ଭୋଟ ବର୍ଜନର ନିଷ୍ପତି  ନେବା ସହିତ ଉପଖଣ୍ଡ ଉପଜିଲ୍ଲାପାଳ ସରୋଜ କୁମାର ଦାଶ ଙ୍କୁ  ଦାବିପତ୍ର ପ୍ରଦାନ କରିଛନ୍ତି । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deprived of electricity service, the villagers vote cancel decision | Argus News