Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦ୍ରାପଡ଼ାର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳରେ ଉପମୁଖ୍ୟମନ୍ତ୍ରୀ

Odisha

କେନ୍ଦ୍ରାପଡ଼ାର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳରେ ଉପମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago
କେନ୍ଦ୍ରାପଡ଼ାର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳରେ ଉପମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ାରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ପ୍ରଥମେ ଜିଲ୍ଲା ପ୍ରଦକ୍ଷଣ ଭବନରେ ବିଜେପି ଜିଲ୍ଲା ସଭାପତି ଏବଂ ସମସ୍ତ ସରକାରୀ ଅଧିକାରୀଙ୍କୁ ସାକ୍ଷାତ ପରେ ତୁରନ୍ତ ବାହାରିଗଲେ ବାତ୍ୟା ପ୍ରବଣ ଅଞ୍ଚଳକୁ। 

ପ୍ରଥମେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚି ଆଶ୍ରୟ ନେଇଥିବା ଲୋକଙ୍କ ଭଲମନ୍ଦ ପଚାରି ବୁଝିଲେ। ଲୋକଙ୍କ ପାଖରେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପହଞ୍ଚୁଛି କି ନାହିଁ, ପଚାରିବା ସହ, ଆବଶ୍ୟକସ୍ଥଳେ ଅଧିକ କିଛି ଆବଶ୍ୟକ ହେଲେ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ କହିଥିଲେ। ଲୋକଙ୍କ ପରେ ପରେ ରାଜନଗରର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନରେ ଗଲେ ଉପମୁଖ୍ୟମନ୍ତ୍ରୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deputy Chief | Argus News