Videos
|
Odisha

ବିଧାନସଭାରେ ବଡ ଖୁଲାସା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

Ritu Das
Browse all articles by Ritu Das
·2 years ago·1 min read
ବିଧାନସଭାରେ ବଡ ଖୁଲାସା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ଅର୍ଗସ ବ୍ୟୁରୋ: ଚିଟଫଣ୍ଡ କମ୍ପାନୀଙ୍କୁ ଶୀତଳ ଭଣ୍ଡାର ଦାୟିତ୍ବ ଦେଇଥିଲା ବିଜେଡି ସରକାର । ବିଧାନସଭାରେ ଏକଥା କହିଛନ୍ତି କୃଷିମନ୍ତ୍ରୀ । ଗୃହରେ ତତ୍କାଳୀନ ସରକାର ଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କୃଷି ମନ୍ତ୍ରୀ । ଚିଟ ଫଣ୍ଡ କମ୍ପାନୀ ମାନଙ୍କୁ ଦିଆଯାଇଥିଲା ଶୀତଳ ଭଣ୍ଡାର ନିର୍ମାଣ ଦାୟିତ୍ୱ । ଯାହାଦ୍ୱାରା ଶୀତଳ ଭଣ୍ଡାର ବୁଡି ଯାଇଛି । ଆଉ ବର୍ତ୍ତମାନ ମୋହନ ସରକାର 58ଟି ଶୀତଳ ଭଣ୍ଡାର କରିବେ ବୋଲି ବିଧାନସଭାରେ କହିଛନ୍ତି ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। 

ସେପଟେ ରାଜ୍ୟରେ 6ଟି ଚିନି କଳରୁ 4ଟି ବନ୍ଦ ହୋଇଯାଇଥିବା ବେଳେ 2 ଟି କାର୍ଯ୍ୟକ୍ଷମ ରହିଛି । ଆସ୍କା ଓ ଢେଙ୍କାନାଳ କାର୍ଯ୍ୟକ୍ଷମ ଥିବାବେଳେ ପରିଚାଳନାଗତ ତ୍ରୁଟି ଯୋଗୁଁ 4ଟି ଚିନିକଳ ବନ୍ଦ ହୋଇଛି । ବଲାଙ୍ଗୀର, ବରଗଡ଼, ବଡମ୍ବା ଓ ନୟାଗଡରେ ବନ୍ଦ ରହିଛି ଚିନିକଳ । ତତ୍କାଳୀନ ସରକାରଙ୍କ ପରିଚାଳନା ତ୍ରୁଟିକୁ ସୁଧାରି କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନେଲେନି ବୋଲି ଗୃହରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।

୨୪ ବର୍ଷ ବିଜେଡି ସରକାର ସମୟରେ ୧୦୦ ରୁ ଅଧିକ ଶୀତଳ ଭଣ୍ଡାର ଅଚଳ ହୋଇଛି । କିନ୍ତୁ ନୂଆ ଶୀତଳ ଭଣ୍ଡାର ଖୋଲିବା କିମ୍ବା ଅଚଳକୁ ସଚଳ କରିବା ଲାଗି କୌଣସି ପଦକ୍ଷେପ ନେଇନଥିଲେ ତତ୍କାଳୀନ ସରକାର। ଯାହାର ଫଳ ଆଜି ଲୋକେ ଭୋଗୁଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Deputy Chief Minister | Argus News