Videos
|
Odisha

ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

Ritu Das
Browse all articles by Ritu Das
·1 year ago·1 min read
ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଅର୍ଗସ ବ୍ୟୁରୋ: ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ। ପ୍ରଥମେ ସ୍ଥାନୀୟ ରାଜ ଖମାରରେ ଦୀନଦୟାଲଙ୍କ ଜନ୍ମ ଜୟନ୍ତୀ ସହ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପରେ ଆସନ୍ତା 2 ତାରିଖ ଗାନ୍ଧୀ ଜୟନ୍ତୀରେ ଉଦଘାଟନ ହେବାକୁ ଥିବା ୧୫୦ ଫୁଟ ଉଚ୍ଚ ତ୍ରିରଙ୍ଗା ପତାକା ହେଉଥିବା ସ୍କୁଲ ଖେଳ ପଡିଆରେ ଚାଲିଥିବା କାମ ବୁଲି ଦେଖିଥିଲେ।

ତତ ସଙ୍ଗେ ପଡିଆ ନିକଟରେ ଥିବା ଏକ ସରକାରୀ ଜାଗାରେ ଅତ୍ୟାଧୁନିକ ଟାଉନ ହଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ପରେ ହରିଶଙ୍କର ଭବନ ଠାରେ ଏକ ସମୀକ୍ଷା ବୈଠକରେ ସାମିଲ ହୋଇ ପାଟଣାଗଡର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ମୁଖ୍ୟତଃ ସହରର ବାଇପାସ, ସିସିଟିଭି, ସହରରେ ଆଲୋକୀ କରଣ ଉପରେ ଆଲୋଚନା କରିଥିଲେ। ସମୀକ୍ଷା ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଶିବାଜି ଗୌରବ ଇସଲୱାର, ବରଗଡ଼ ଏସପି, ଅତିରିକ୍ତ ଏସପି, ପାଟଣାଗଡ ଉପ ଜିଲ୍ଲାପାଳଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Deputy Chief | Argus News