Videos
|
Odisha

ଦୋଷୀଙ୍କୁ ତୁରନ୍ତ ଗିରଫ କର: ଉପମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦୋଷୀଙ୍କୁ ତୁରନ୍ତ ଗିରଫ କର: ଉପମୁଖ୍ୟମନ୍ତ୍ରୀ

Key Points

ନିମାପଡ଼ା ବଳଙ୍ଗାରେ ନାବାଳିକାକୁ ଜାଳିଦେବା ଘଟଣା

ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

କହିଲେ ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଏମ୍ସରେ ନାବାଳିକାର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ପୁଣି ଆଉ ଜଣେ ଛାତ୍ରୀ ପୋଡ଼ିଯିବା ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଛି। ନିମାପଡ଼ା ବଳଙ୍ଗାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ନାବାଳିକା ପୋଡ଼ିଯିବା ଘଟଣା । ୫ ଜଣଙ୍କୁ ଉଠାଇ ଆଣିଛି ପୋଲିସ। ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି ପୋଲିସ ଟିମ୍ । ପୁରୀ ଏସପି ପିନାକ ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏପଟେ ପୀଡ଼ିତା ନାବାଳିକାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।


ନିମାପଡ଼ା ବଳଙ୍ଗାରେ ନାବାଳିକାକୁ ଜାଳିଦେବା ଘଟଣାରେ ଆକ୍ସନ୍ ମୋଡରେ ରାଜ୍ୟ ସରକାର। ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏମ୍ସରେ ନାବାଳିକାର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିବେ ଉପମୁଖ୍ୟମନ୍ତ୍ରୀ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ସକାଳେ ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରେ ଏହି ଘଟଣା ଘଟିଛି । ନାବାଳିକା ଜଣକ ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବାବେଳେ ତାଙ୍କୁ ରାସ୍ତାରେ ଅଟକାଇଥିଲେ କେତେକ ଦୁର୍ବୃତ୍ତ। ତା ଦେହରେ ନିଆଁ ଲଗାଇ ଦେଇଥିଲେ। ଝିଅଟିର ହାତ, ଗୋଡ଼, ଦେହର କିଛି ଅଂଶ ପୋଡ଼ିଯାଇଛି । ନାବାଳିକାଙ୍କ ଶରୀରର ୭୦ % ପୋଡ଼ିଯାଇଥିବା ଜଣାପଡ଼ିଛି। ରାଜ୍ୟବାସୀଙ୍କ ମନରୁ ବାଲେଶ୍ୱର ଘଟଣା ଲିଭିନଥିବାବେଳେ ପୁଣି ଆଉ ଏକ ଘଟଣା ଦେଖିବାକୁ ମିଳୁଛି। ଯାହାକୁ ନେଇ ଚିନ୍ତାପ୍ରକଟ କରୁଛନ୍ତି ରାଜ୍ୟବାସୀ। ସେପଟେ ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ବି ତଦନ୍ତ କରୁଛି । ମୃତ ଛାତ୍ରୀଙ୍କ ସହପାଠୀ କଶିଶ୍ ଦାସ କଣ କହିଲେ କ୍ରାଇମବ୍ରାଞ୍ଚକୁ।



deputy-chief-minister-pravati-parida-orders-police-to-arrest-the-culprit-immediately | Argus News