ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ୍, ସୋସିଆଲ୍ ମିଡିଆ ଓ ମୋବାଇଲଠୁ କିଛି ସମୟ ନିୟନ୍ତୁ ବିରତି

Key Points
ରାଜ୍ୟରେ ମହିଳାମାନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅପିଲ୍ । ରିଲ୍ସ ଓ ସୋସିଆଲ ମିଡ଼ିଆ, ମୋବାଇଲଠୁ କିଛି ସମୟ ବିରତି ନିଅନ୍ତୁ ମହିଳା ।
ସୋସିଆଲ ମିଡିଆ ରିଲ୍ସ ନିଶା ବଢ଼ାଉଛି ଘରୋଇ ହିଂସା । ମହିଳାଙ୍କୁ ସୁରକ୍ଷା ଅଧିନିୟମ - ୨୦୨୫ ଏବଂ ଯୌତୁକ ନିଷେଧ ଅଧିନିୟମ - ୧୯୬୧ ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଏଭଳି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂଜା ସମୟରେ ଉପବାସରେ ରହିବା ଭଳି ରିଲ୍ସ, ସୋସିଆଲ ମିଡିଆ ଓ ମୋବାଇଲଠାରୁ କିଛି ସମୟ ମହିଳା ବିରତି ନିଅନ୍ତୁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।
ଆଜି ଲୋକସେବା ଭବନ କନଭେନସନ ହଲରେ ଯୌତୁକ ଏବଂ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ନେଇ କର୍ମଶାଳା ଆୟୋଜିତ ହୋଇଥିଲା । ଭଦ୍ରକରୁ ଆସିଥିବା ମହିଳା ସମାଜସେବୀ ସୋଫିଆ ସେଖ୍ କହିଥିଲେ, ଆଜିକାଲି ରିଲ୍ସ, ସୋସିଆଲ ମିଡିଆ ଏବଂ ମୋବାଇଲର ଅଧିକ ବ୍ୟବହାର ଯୋଗୁଁ ଘରୋଇ ହିଂସା ବଢୁଛି । ତେଣୁ ଏହା ଉପରେ ଦୃଷ୍ଟି ଦିଆଯିବା ଦରକାର । ଯାହାକୁ ନେଇ ମୋବାଇଲ ଓ ସୋସିଆଲ ମିଡିଆ ଅଧିକ ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ଅପିଲ୍ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।