Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Collector Office / ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଯୋଡ଼ି ହେବ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ

Rashmita Mishra
Browse all articles by Rashmita Mishra
·7 months ago·2 min read
 ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଯୋଡ଼ି ହେବ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ
Collector Office

Key Points

ନବକଳେବର ହେବ ଜିଲ୍ଲପାଳଙ୍କ କୋଠା ।
ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡିକରେ ହେବ ନବକଳେବର ।
ଏନେଇ ନିଷ୍ପତ୍ତି ନେଇଛନ୍ତି ସରକାର ।

ନବକଳେବର ହେବ ଜିଲ୍ଲପାଳଙ୍କ କୋଠା । ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡିକରେ ହେବ ନବକଳେବର । ଏନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ମଡେଲ ଯୋଜନା ଆକଳନ ଅନୁଯାୟୀ, ନୂତନ ଜିଲ୍ଲପାଳଙ୍କ କୋଠା ନିର୍ମାଣ କରାଯିବ ।

ସୂଚନାନୁଯାୟୀ ନିର୍ମାଣ ହେବ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ । ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଯୋଡ଼ି ହେବ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ । ରାଜ୍ୟରେ ନିର୍ମାଣ ହେବ ନୂତନ ମଡେଲ ଜିଲ୍ଲପାଳ କାର୍ଯ୍ୟାଳୟ । ଜିଲ୍ଲାରେ ରାଜସ୍ୱ ପ୍ରଶାସନିକ ୟୁନିଟ, ଜନସଂଖ୍ୟା, କାର୍ଯ୍ୟଭାରକୁ ବିଚାରକୁ ନେଇ ଜିଲ୍ଲାଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ବୃହତ, ମଧ୍ୟମ ଓ କ୍ଷୁଦ୍ର ଭାବାରେ ୩ଟି ବର୍ଗରେ ବିଭକ୍ତ କରାଯାଇଛି ।

ଅହୁରି ପଢ଼ନ୍ତୁ: ସେଜଲଙ୍କ ପାଇଁ ଚିଠି: ପାଳିତ ମାଆ କହିଲେ, ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି 

ସେହି ୩ଟି ବର୍ଗ ହେଲା ବୃହତ, ମଧ୍ୟମ ଓ କ୍ଷୁଦ୍ର । ବୃହତ ବର୍ଗରେ ସମ୍ବଲପୁର, ପୁରୀ, କେନ୍ଦୁଝର, କଟକ ଓ ମୟୂରଭଞ୍ଜ ଜିଲ୍ଲା । ମଧ୍ୟମ ବର୍ଗରେ କନ୍ଧମାଳ, ରାୟାଗଡା, ବାଲେଶ୍ଵର, ଯାଜପୁର, ବଲାଙ୍ଗୀର, ଖୋର୍ଦ୍ଧା, କାଳାହାଣ୍ଡି, ଭଦ୍ରକ, ବରଗଡ, କେନ୍ଦ୍ରାପଡା, କୋରାପୁଟ, ଅନୁଗୁଳ ନବରଙ୍ଗପୁର, ଢ଼େଙ୍କାନାଳ ଓ ଜଗତ୍ସିଂହପୁର ଜିଲ୍ଲା । କ୍ଷୁଦ୍ର ବର୍ଗରେ ନୟାଗଡ଼, ମାଲକାନଗିରି, ନୂଆପଡା, ସୁବର୍ଣ୍ଣପୁର, ଝାରସୁଗୁଡା, ଗଜପତି, ବୌଦ୍ଧ, ଦେଓଗଡ଼ ଜିଲ୍ଲା ।

ଏଥିସହ ପଢ଼ନ୍ତୁ: ତେଲ ବୋର୍ଡ ଲଗାଇବେ ସରକାର: କେଉଁ ଖାଦ୍ୟରେ କେତେ ତେଲ, ଖାଇଲେ କଣ ହେବ ବୋର୍ଡରେ ରହିବ ଉଲ୍ଲେଖ

ଜିଲ୍ଲାପାଳ ଅଫିସର ମୋଟ କ୍ଷେତ୍ରଫଳ ଉପରେ ଆଧାର କରି ତିନି ପ୍ରକାରର କୋଠା ରହିବ । ବଡ଼ ଜିଲ୍ଲା ପାଇଁ ଏକ ଲକ୍ଷ ୭୦ ହଜାର ବର୍ଗଫୁଟ । ମଧ୍ୟମ ଜିଲ୍ଲା ପାଇଁ ଏକ ଲକ୍ଷ ୪୦ ହଜାର ବର୍ଗଫୁଟ । ଛୋଟ ଜିଲ୍ଲା ପାଇଁ ଏକ ଲକ୍ଷ ବର୍ଗଫୁଟ । ସେହିପରି ଭୁବନେଶ୍ୱରରେ ନୂତନ ସ୍ୱତନ୍ତ୍ର ସର୍କିଟ୍ ହାଉସ୍, ଭୁବନେଶ୍ୱରରେ ରାଜସ୍ୱ ଭବନ ଏବଂ କଟକରେ ନୂତନ ରାଜସ୍ୱ ବୋର୍ଡ ଏବଂ ଆରଡିସି କୋଠା ନିର୍ମାଣ ହେବ । ଭୁବନେଶ୍ୱରରେ ୧୦ ମହଲା କୋଠାର ନୂଆ ସର୍କିଟ ହାଉସ ନିର୍ମାଣ ହେବ । ଯେଉଁଥିରେ ଜିମ୍ , ଲାଇବ୍ରେରୀ ସହ ସହ ୱାନ BHK ଓ ଟୁ BHK ମଧ୍ୟ ରହିବ ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Collector Office | Deputy Collector Office to Be Attached to District Collector Office | Argus News