Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବନ୍ଧା ହେଲେ କୋଟିପତି ଖଣିବାବୁ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବନ୍ଧା ହେଲେ କୋଟିପତି ଖଣିବାବୁ

ଅର୍ଗସ ବ୍ୟୁରୋ : ବନ୍ଧା ହେଲେ କୋଟିପତି ଖଣିବାବୁ । ତାଳଚେର ମାଇନ୍ସ ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଗିରଫ କରିଛି ଭିଜଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରଣୀଧରଙ୍କ ଘର ସମେତ 8ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ପୁଳା ପୁଳା ସମ୍ପତ୍ତି ମିଳିଛି । ଭୁବନେଶ୍ବରରେ ୧ କୋଟି ୩୦ ଲକ୍ଷ ଟଙ୍କାର ଫ୍ଲାଟ୍, ୧୮୦୦ ସ୍ଲୋୟାର ଫୁଟର ଡୁପ୍ଲେକ୍ସ ଠାବ ହୋଇଛି ।

ଅଧିକ ପଢନ୍ତୁ : 

ଏହାଛଡା କେନ୍ଦୁଝର ତେଲକୋଇରେ ୨ଟି ମାର୍କେଟ୍ କମ୍ପ୍ଲେକ୍ସ ସହ 19ଟି ଦୋକାନ ଭଡ଼ା ଲାଗିଛି । 11ଟି ପ୍ଲଟ୍ ରହିଛି ବାବୁଙ୍କ ନାଁରେ । 53 ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା ସହ ଘରୁ ନଗଦ 9 ଲକ୍ଷ 85 ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।. ଏଥିସହ ପଟିଆ ସ୍ଥିତ ଘରୁ ଦାମୀ ଘଣ୍ଟା, ପୁଳା ପୁଳା ସୁନା ଓ ରୁପା ଅଳଙ୍କାର ଜବତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deputy Director of Mines Dharinidhar Naik has been arrested by Vigilance | Argus News