Executive Engineer Arrested / ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀକୁ ବାନ୍ଧିଲା ଭିଜିଲାନ୍ସ,୨ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ
·1 day ago·2 min read

Key Points
ଗିରଫ ହେଲେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ
ଠିକାଦାରଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ
ବାବୁଙ୍କ ଭୁବନେଶ୍ବର ଘର ଛାତ ଉପରେ ରହିଛି ସୁଇମିଂ ପୁଲ୍

ରାୟଗଡ଼ା, ୨୪/୬ (): ଗିରଫ ହେଲେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକା ବିଲ୍ କ୍ଲିୟର କରିବା ପାଇଁ ଜଣେ ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି ପ୍ରସନ୍ନ କୁମାର ପଟ୍ଟନାୟକ। ପ୍ରସନ୍ନଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଚାକିରିରୁ ମାତ୍ର ୭ ଦିନ ପରେ ଅବସର ନେଇଥା’ନ୍ତେ। ଠିକା କାମର ବିଲ୍ ପାସ୍ କରିବାକୁ ଲାଞ୍ଚ ମାଗି ଫସିଛନ୍ତି ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକା ୨ଲକ୍ଷ ଟଙ୍କା ନେବା ବେଳେ ଗିରଫ କରିଛି ଭିଜିଲାନ୍ସ ଟିମ୍। ପ୍ରସନ୍ନଙ୍କୁ ରାୟଗଡ଼ା ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଁ ଅଧିକ ପଚରାଉଚରା କରାଯାଇଛି। ଅନ୍ୟପକ୍ଷରେ ତାଙ୍କ ବାସଭବନରେ ତଲାସି ସମୟରେ ଘରୁ ଜବତ ହେଲା ୫ ଲକ୍ଷ ୪୭ ହଜାର ଟଙ୍କା। ରାତାରାତି ବାବୁଙ୍କୁ ଉଠେଇ ନେଲା ଭିଜିଲାନ୍ସ।
ବହୁ ଦିନ ଧରି ଜଣେ ଠିକାଦାର ସାନିଆ ସୁବୁଦ୍ଧିଙ୍କ ବିଲ୍ ପାସ୍ ନହୋଇ ଗ୍ରାମ୍ୟ ଉନ୍ନୟନ ବିଭାଗରେ ପଡ଼ିଥିଲା। ଅବସର ପୂର୍ବରୁ ଏହି ବିଲ୍ ପାସ୍ କରିବାକୁ ନିର୍ବାହୀ ଯନ୍ତ୍ରୀ ୨ଲକ୍ଷ ଟଙ୍କା ମାଗିଥିଲେ । ତେବେ ଏତେ ଟଙ୍କା ଦେବାକୁ ସକ୍ଷମ ନଥିବା ଠିକାଦାର ଏ ବିଷୟରେ ଭିଜିଲାନ୍ସକୁ ଅଭିଯୋଗ କରିଥିଲେ । ଭିଜିଲାନ୍ସ ପକ୍ଷରୁ ଯୋଜନା ପ୍ରସ୍ତୁତ ପରେ ନିର୍ବାହୀ ଯନ୍ତ୍ରୀଙ୍କୁ ସଂପୃକ୍ତ ଠିକାଦାର ଯୋଗାଯୋଗ କରିଥିଲେ। ରାୟଗଡ଼ା ସହର ନିକଟ କତୁରୁସ୍ଥିତ ସରକାରୀ ବାସଭବନକୁ ଆଜି ରାତିରେ ଟଙ୍କା ନେଇ ଆସିବାକୁ ନିର୍ବାହୀ ଯନ୍ତ୍ରୀ କହିଥିଲେ।
ପଢନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ କୋଟପାଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ, ୩୨ ପ୍ଲଟ୍ର ମାଲିକ, ପୁଳା ପୁଳା ଟଙ୍କା, ସୁନା ଗହଣା ଦେଖି ଭିଜିଲାନ୍ସ ଟେରା
ଯୋଜନା ଅନୁସାରେ ରସାୟନ ବୋଳା ନୋଟ୍ ନେଇ ରାତି ସାଢ଼େ ୯ଟାରେ ଠିକାଦାର ପହଞ୍ଚିଥିଲେ। ଟଙ୍କା ହାତକୁ ଧରାଇବା ପରେ ପୂର୍ବରୁ ଛକିଥିବା ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ଉ କରିଥିଲା । ରାୟଗଡ଼ା ଭିଜିଲାନ୍ସ ଡିଏସ୍ପି ସୂର୍ଯ୍ୟକାନ୍ତ ଟାକ୍ରି ଏବଂ ଡିଏସ୍ପି ଅଭୟ ପ୍ରଧାନଙ୍କ ନେତୃତ୍ବରେ ୧୦ଜଣିଆ ଟିମ୍ ଚଢ଼ଉରେ ସାମିଲ ହୋଇଥିଲେ। ନିର୍ବାହୀ ଯନ୍ତ୍ରୀଙ୍କ ନୟାଗଡ଼ସ୍ଥିତ ପୈତୃକ ଘର, ଭୁବନେଶ୍ଵରସ୍ଥିତ ବାସଭବନ ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି।
ଭୁବନେଶ୍ବରର ନନ୍ଦନ ବିହାର, ବସୁନ୍ଧରା କଲୋନୀ ବାସଭବନ,ନୟାଗଡ଼ରେ ଥିବା ଘର, କାର୍ଯ୍ୟାଳୟ, ରାୟଗଡ଼ାରେ ଥିବା ସରକାରୀ କ୍ୱାର୍ଟରରେ ଏକକାଳୀନ ରେଡ୍ କରୁଛି ଟିମ୍ । ଭୁବନେଶ୍ବର ଘରକୁ କୋଟି କୋଟି ଟଙ୍କ ବ୍ୟୟ ଅଟକଳରେ ତିଆରି ହୋଇଥିବା ବେଳେ ବାବୁଙ୍କ ଛାତ ଉପରେ ଲକ୍ଷାଧିକ ଟଙ୍କାର ରହିଛି ସୁଇମିଂ ପୁଲ୍।
ଗତ ୧୯ ତାରିଖରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ କୋଟପାଡ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ଚଢାଉ। ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଥିଲା। କୋରାପୁଟ କୋଟପାଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଅମାପ ସମ୍ପତ୍ତି। ମାଳ ମାଳ ପ୍ଲଟ୍, ବିଡା ବିଡ଼ା ଟଙ୍କା, ପୁଳା ପୁଳା ସୁନା ଗହଣା ଏବଂ ଗଣ୍ଡା ଗଣ୍ଡା ହାତୀ ମୂର୍ତ୍ତି। ଘରେ ରେଡ୍ ବେଳେ ଏସବୁ ଦେଖି ତାଜୁବ ହୋଇଥିଲା ଭିଜିଲାନ୍ସ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories