Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 25ବର୍ଷ ଶାସନରେ ଥାଇ ମଧ୍ୟ ବିଜେଡି ସରକାର ରାସ୍ତା ଖଣ୍ଡେ କରିପାରିଲାନି

Odisha

25ବର୍ଷ ଶାସନରେ ଥାଇ ମଧ୍ୟ ବିଜେଡି ସରକାର ରାସ୍ତା ଖଣ୍ଡେ କରିପାରିଲାନି

Ritu Das
Browse all articles by Ritu Das
·2 years ago·2 min read
25ବର୍ଷ ଶାସନରେ ଥାଇ ମଧ୍ୟ ବିଜେଡି ସରକାର ରାସ୍ତା ଖଣ୍ଡେ କରିପାରିଲାନି

ଅର୍ଗସ ବ୍ୟୁରୋ: 25ବର୍ଷର ବିଜେଡି ସରକାରଙ୍କ ଏ କେମିତିକା ବିକାଶ? କେଉଁଠି ହଜି ଯାଉଛି ଆମ ଗାଁ ଆମ ବିକାଶ ଯୋଜନା। ଆମ ଓଡିଶା ନବୀନ ଓଡ଼ିଶା ଦିଗ କେଉଁଆଡ଼େ? ଭୋଟ୍ ଯେତେବେଳେ ହୁଏ, ସରପଞ୍ଚ ଠୁ ଆରମ୍ଭ କରି ଲୋକ ପ୍ରତିନିଧି ଯାଏଁ ସମସ୍ତେ ପହଞ୍ଚିଯାଆନ୍ତି ଭୋଟର୍ ଙ୍କ ପାଖରେ। ପ୍ରତିଶ୍ରୁତିର ପାହାଡ଼ ଗଦାକରି ହାତେଇ ନିଅନ୍ତି ଭୋଟ୍। କିନ୍ତୁ ନିର୍ବାଚନ ସରିଗଲେ ଆଉ କାହାରିଙ୍କ ଦେଖା ମିଳେନି। ଏମିତିକି ନିଜ ଗାଁର ମୌଳିକ ସମସ୍ୟା ପାଇଁ ସରପଞ୍ଚଙ୍କ ଠୁ ଆରମ୍ଭ କରି ରଙ୍ଗେଇଲୁଣ୍ଡା ବ୍ଲକ ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ ଯାଏଁ ଦିର୍ଘ 22ବର୍ଷ ହେଲା ଦୌଡି ଦୌଡି ନୟାନ୍ତ ହୋଇଗଲେଣି ଗ୍ରାମବାସୀ। କିନ୍ତୁ କେହି ଶୁଣିଲେ ନାହିଁ। ଆଉ ଶେଷରେ ନିଜ ଗାଁର ମୌଳିକ ସମସ୍ୟାକୁ ନିଜେ ସମାଧାନ କରୁଛନ୍ତି ଗ୍ରାମବାସୀ। ଘର ଘର ଚାନ୍ଦାକରି ନିଜ ଖର୍ଚ୍ଚରେ ନିର୍ମାଣ କରିଛନ୍ତି ନିଜ ଗାଁ ରାସ୍ତା। ପିଲାଠୁ ବୁଢାଯାଏଁ ପୁରା ଗ୍ରାମବାସୀଙ୍କ ପରିଶ୍ରମ ସହିତ ଗ୍ରାମବାସୀଙ୍କ ଖର୍ଚ୍ଚରେ ମାଟିକିଣି ଜେସିବି ଡାକି ଗାଁ ରାସ୍ତାକୁ ନିର୍ମାଣ କରୁଛନ୍ତି ଗ୍ରାମବାସୀ। ଏ ଦୃଶ୍ୟ ହେଉଛି ବ୍ରହ୍ମପୁର ଉପକଣ୍ଠ ଅର୍ଥାତ ବ୍ରହ୍ମପୁରଠୁ ମାତ୍ର ଦେଢ଼ କିଲୋମିଟର ଦୂର ଗୌଞ୍ଜୁ ପଞ୍ଚାୟତର ବ୍ରହ୍ମାପଲ୍ଲୀ ଗାଁର ଦୃଶ୍ୟ। ରାସ୍ତା ଖଣ୍ଡିକ ପାଇଁ ଗ୍ରାମବାସୀ କେତେ ଯେ ନୟାନ୍ତ ହୋଇଛନ୍ତି ଶୁଣନ୍ତୁ ତାଙ୍କରି ମୁହଁରୁ।

ଦୀପତଳ ଅନ୍ଧାର ଭଳି ବ୍ରହ୍ମାପଲ୍ଲୀ ଗାଁ ବିକାଶ ଠୁ ବହୁ ଦୂରରେ। ବ୍ରହ୍ମପୁର ମହାନଗର ନିଗମ ଉପକଣ୍ଠରେ ରହିବା ସହ ଗୌଞ୍ଜୁ ପଞ୍ଚାୟତରେ ଗାଁ ଯାଉଥିବା ହେତୁ ଆଜି ମଧ୍ୟ ବିକାଶ ଏଠି ଦୋଛକିରେ। ଦୀର୍ଘ 22ବର୍ଷ ତଳେ ଯେତେବେଳେ ବଣଜଙ୍ଗଲ ହୋଇ ରହିଥିଲା ପୁରା ଅଞ୍ଚଳ ସେତେବେଳେ ପାଖାପାଖି 25 ପରିବାର ଆସି ଏଠି ଘର କରିବା ସହ ଗାଁ ସୃଷ୍ଟି କରିଥିଲେ। କିନ୍ତୁ 22ବର୍ଷ ହେଲା ଗାଁ ର ବିକାଶ କୁ ନେଇ ଲୋକମାନେ ଯେତେ ଦୌଡ଼ିଲେ ମଧ୍ୟ ସମସ୍ୟାର ସମାଧାନ ହେଉନି। ଗାଁ ରେ କେବଳ ବିଜୁଳି କୁ ଛାଡିଦେଲେ ଆଉ କୌଣସି ସୁବିଧା ପହଞ୍ଚି ନାହିଁ। ସରକାର ଗୋଟିଏ ପଟେ ଘରେ ଘରେ ଟ୍ୟାପର ନାରା ଦେଉଥିବା ବେଳେ ଏଠି କିନ୍ତୁ ପିଇବା ପାଣି ପାଇଁ ସୋଲାର ଉପରେ ନିର୍ଭର କରିବାକୁ ପଡୁଛି। ଏଭଳି ସ୍ଥିତିରେ ଗାଁ ରେ ପ୍ରଶାସନ ପହଁଚି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

ତେବେ କେବେ ଏହି ଗାଁର ଲୋକେ ସବୁ ପ୍ରକାର ସୁବିଧା। କେବେ ପ୍ରଶାସନଙ୍କୁ ଏମାନଙ୍କ ଦୁଃଖ ଦେଖାଯିବ ତାହା ଦେଖିବାକୁ ବାକି ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Despite being in power | Argus News