Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ବାହାରେ ଥାଇ ମଧ୍ୟ ଧୁମଧାମରେ ପାଳନ କଲେ ଘୋଷଯାତ୍ରା

Ritu Das
Browse all articles by Ritu Das
·2 years ago·1 min read
ରାଜ୍ୟ ବାହାରେ ଥାଇ ମଧ୍ୟ ଧୁମଧାମରେ ପାଳନ କଲେ ଘୋଷଯାତ୍ରା

ଅର୍ଗସ ବ୍ୟୁରୋ:  ରାଜ୍ୟ ବାହାରେ ରହି ମଧ୍ୟ ଓଡ଼ିଆ ମାନେ ନିଜ ପରମ୍ପରାକୁ ଭୁଲିନାହାନ୍ତି। ଅତି ସୁନ୍ଦର ଭାବେ ପାଳନ କରିଛନ୍ତି ଘୋଷଯାତ୍ରା। ବେଙ୍ଗାଲୁରୁର ଆହାଦ ଏକ୍ସେଲେନ୍ସିଆରେ ପ୍ରଥମ ଥର ପାଇଁ ଧୁମଧାମରେ ପାଳନ ହୋଇଛି ରଥଯାତ୍ରା। ୬୦ ପରିବାର ମିଶି ମହାପ୍ରଭୁଙ୍କ ସବୁ ନୀତିକାନ୍ତି କରିଥିଲେ। ଭୋଗ ସହ ପୂଜାର ଆୟୋଜନ ମଧ୍ୟ କରିଥିଲେ। ଏହି ସୋସାଇଟିରେ ପ୍ରଥମଥର ପାଇଁ ଜାକଜମକରେ ଉତ୍ସବକୁ ପାଳନ କରିଥିଲେ। 

ଦିଲ୍ଲୀରୁ ପଲ୍ଲୀ ସବୁଠି ରଥଯାତ୍ରା ଉତ୍ସବ ପାଳନ ହୋଇଛି। ହରିୟଣା ଗୁରୁଗ୍ରାମ ସାଇକା ଆଙ୍ଗନ ମନ୍ଦିର ପରିସରରେ ମଧ୍ୟ ରଥଯାତ୍ରା ଉତ୍ସବ ଆୟୋଜିତ ହେଇଥିଲା। ଏହି ରଥଯାତ୍ରାରେ Dr ଚନ୍ଦ୍ରଭାନୁ ଶତପଥୀ ଯୋଗ ଦେଇଥିଲେ। ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରାରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡ଼ିଆ ମଧ୍ୟ ସାମିଲ ହୋଇଥିଲେ।।

 ବିଶ୍ବର କୋଣ ଅନୁକୋଣରେ ମହାଆଡମ୍ବରରେ ପାଳିତ ହୋଇଛି ଘୋଷଯାତ୍ରା। ଓଡ଼ିଆ ପରମ୍ପରା ପୁରୀ ନୀତିକାନ୍ତି ଅନୁସାରେ ସବୁଠି ମହାଆଡ଼ମ୍ବର ସହକାରେ ପୂଜାବିଧି କରାଯାଇଛି। ସବୁଠି ଏକାକାର ହୋଇଛନ୍ତି ରଥ ପଥ ଜଗନ୍ନାଥ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Sponsored
Despite being outside | Argus News