Deva Snana Purnima / ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା,ଭୋର ୫ଟାରୁ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି
·2 hours ago·3 min read

Key Points
କାଲି ଦେବସ୍ନାନ ପୂର୍ଣ୍ଣିମା
ଭୋର ୫ଟାରୁ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି
ଅପରାହ୍ନ ୩ଟା ୩୦ ସୁଦ୍ଧା ହେବ ଛେରା ପହଁରା ନୀତି
ଅପରାହ୍ନ ୪ଟାରୁ ଗଜାନନ ବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ,୨୮/୦୬: ଆସନ୍ତା କାଲି ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀଜୀଉ ମାନେ ସ୍ନାନ ବେଦୀରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ। ଏଥିପାଇଁ ଗୋପାଳତୀର୍ଥ ଓ ରାଘବ ଦାସ ମଠରେ ହାତୀବେଶ ପ୍ରସ୍ତୁତି ଚାଲିଥିବା ବେଳେ ଏହି ବେଶ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରମ୍ପରା ଅନୁଯାୟୀ ଏହି ମଠରେ ଦରଜୀ, ରଣା ଓ ସୋଲ କାରିଗର ମାନେ ଗତ ଅକ୍ଷୟ ତୃତୀୟା ଠାରୁ ବେଶ୍ ନିଷ୍ଠାର ସହ ମହାପ୍ରଭୁଙ୍କ ହାତୀବେଶ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ତେବେ ଆସନ୍ତୁ ଦେଖିବା କିଭଳି ରହିଛି ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ।
ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ଅବସରରେ ମହାପ୍ରଭୁ ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେଇଥାନ୍ତି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ। ସ୍ନାନ ବେଦୀରେ ମହାପ୍ରଭୁଙ୍କ ଏହି ହାତୀବେଶ ବା ଗଜାନନ ବେଶ ସବୁଠାରୁ ଆକର୍ଷଣୀୟ ଓ ମନୋମୁଗ୍ଧକର। ଏଣୁ ଏହି ବେଶ ରାଘବଦାସ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଗୋପାଳତୀର୍ଥ ମଠ ବଳଭଦ୍ର ଓ ସୁଦର୍ଶନଙ୍କ ବେଶ ପ୍ରସ୍ତୁତ କରୁଥିବା ବେଳେ ରାଘବଦାସ ମଠ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ତିଆରି କରିଥାନ୍ତି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ସୋଲ, ଚିତ୍ରକର, ଦରଜୀ ଓ ରଣା ସେବାୟତ ମାନେ ହବିଷାନ୍ନ ଗ୍ରହଣ କରି ଅତି ନିଷ୍ଠାର ସହିତ ମହାପ୍ରଭୁଙ୍କର ଏହି ବେଶକୁ ନିର୍ମାଣ କରୁଛନ୍ତି। ବିଶେଷ କରି ଏହି ବେଶ ନିର୍ମାଣ ପାଇଁ ସମସ୍ତ ପ୍ରାକୃତିକ ଦ୍ରବ୍ୟର ବ୍ୟବହାର କରାଯାଏ। ବାଉଁଶ, କଦଳୀ ପଟୁକା, ସୋଲ, ଜରି, ଜମ୍ୱୁରା, କନା ଓ କଇଁଥ ଅଠା ବ୍ୟବହାର କରାଯାଇ ଏହି ବେଶକୁ ବେଶ୍ ଆକର୍ଷଣୀୟ ଭାବେ ବେଶ କାରିଗର ମାନେ ନିର୍ମାଣ କରିଥାନ୍ତି।
ପଢନ୍ତୁ : ପୁରୀରେ ସ୍ନାନ ଯାତ୍ରା ଓ ରଥ ଯାତ୍ରା ଲାଗି ଆରମ୍ଭ ହେଲା ପ୍ରସ୍ତୁତି,ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି
ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ତରାସ, କିଆଫଳି, ଚନ୍ଦ୍ରସୂର୍ଯ୍ୟ, ଛତି, କାନ, ଚିତା, ଥୋଡହସ୍ତ, ଅଧର, ତୋରଣା ଓ ଗଜଖୁମ୍ବ ତିଆରି ହେଉଥିବା ବେଳେ ଦେବୀ ସୁଭଦ୍ରାଙ୍କ ପାଇଁ ତଡକୀ, ନାକୁଆସୀ, ତରାସ, ଛତି, ଚୂଳ ଓ ଚିତା ତିଆରି ହେଉଛି। ସେହିପରି ପ୍ରଭୁ ସୁଦର୍ଶନଙ୍କ ପାଇଁ ସବୁଜ ରଙ୍ଗର ଚକ୍ର, ଚୂଳ ଓ ଓଲାର ତିଆରି ଚାଲିଛି। ପ୍ରଭୁ ବଳଭଦ୍ରଙ୍କ ପାଇଁ ଧଳାରଙ୍ଗ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ କଳାରଙ୍ଗର ବେଶ ପ୍ରସ୍ତୁତ କରୁଛନ୍ତି ଶ୍ରୀମନ୍ଦିରର ପାରମ୍ପରିକ ଶିଳ୍ପୀ ମାନେ। ପ୍ରାୟ ଏକମାସ ଧରି ଏହି ବେଶ ନିର୍ମାଣ କରିବା ପରେ ଦେବସ୍ନାନ ପୁର୍ଣ୍ଣମୀର ଅପରାହ୍ନରେ ବେଶ କାର୍ଯ୍ୟ ଶେଷ କରାଯାଇ ଏକ ବିରାଟ ପଟୁଆରରେ ଶ୍ରୀମନ୍ଦିରକୁ ନିଆଯାଇଥାଏ।
ତେବେ କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ। ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ ଗଣପତି ଭଟ୍ଟ। ସ୍ନାନ ପୂର୍ଣ୍ଣିମା ଦିନ ସେ ଚତୁର୍ଦ୍ଧାବିଗ୍ରହଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରି ସନ୍ତୋଷ ଲାଭ କରିନଥିଲେ। ନିରାଶ ମନରେ ଫେରି କିଛି ବାଟ ଯିବା ପରେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା। ପୁନଶ୍ଚ ଯେତେବେଳେ ଭକ୍ତ ଗଣପତି ଭଟ୍ଟ ଶ୍ରୀମନ୍ଦିରକୁ ଫେରି ଆସନ୍ତି ସେତେ ବେଳେ ଦେଖିଲେ ସ୍ନାନବେଦୀରେ ହାତୀବେଶରେ ମହାପ୍ରଭୁ ଦର୍ଶନ ଦେଉଛନ୍ତି। ତେଣୁ ସେବେଠାରୁ ଏହି ହାତୀବେଶ ଅନୁଷ୍ଠିତ ହୋଇ ଆସୁଛି ବୋଲି କହିଛନ୍ତି ବେଶ କାରିଗର। ସେପଟେ ଚଳିତ ବର୍ଷ ଶୃଙ୍ଖଳିତ ହାତୀବେଶ ଅନୁଷ୍ଠିତ ହେବା ସହ ଭକ୍ତମାନେ ଅତି ସୁନ୍ଦର ଭାବରେ ଏହି ବେଶ ଦର୍ଶନ କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଶରତ ମହାନ୍ତି।
ମହାପ୍ରଭୁଙ୍କ ହାତୀବେଶ ନିର୍ମାଣ ପାଇଁ ପ୍ରାୟ ୧୦ ରୁ ଉର୍ଦ୍ଧ ଶିଳ୍ପୀ ବେଶ୍ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି। ମହାପ୍ରଭୁଙ୍କ ଏହି ବେଶ ନିର୍ମାଣକୁ ଏବେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ। ସେପଟେ ମହାପ୍ରଭୁଙ୍କୁ ସ୍ନାନ ବେଦୀରେ ହାତୀ ବେଶରେ ଦର୍ଶନ କରିବା ପାଇଁ ଭକ୍ତମାନେ ମଧ୍ୟ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories