Snana Yatra and Rath Yatra / ପୁରୀରେ ସ୍ନାନ ଯାତ୍ରା ଓ ରଥ ଯାତ୍ରା ଲାଗି ଆରମ୍ଭ ହେଲା ପ୍ରସ୍ତୁତି,ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି
·2 months ago·2 min read

Key Points
ପୁରୀରେ ସ୍ନାନ ଯାତ୍ରା ଓ ରଥ ଯାତ୍ରା ଲାଗି ଆରମ୍ଭ ହେଲା ପ୍ରସ୍ତୁତି
ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି
ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା
ଆଜିଠୁ ଆରମ୍ଭ ହେଲା ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି
ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି
ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା
ଆଜିଠୁ ଆରମ୍ଭ ହେଲା ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି
ପୁରୀ,୨୭/୦୬: ଆଜି ଜ୍ୟେଷ୍ଠ ଶୁଳ୍କ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦଇତାପତିମାନେ ଆଜିଠାରୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ପ୍ରାୟ ଏକମାସ ଧରି ଦଇତାପତିମାନେ ମହାପ୍ରଭୁଙ୍କ ସେବା ନୀତି ଓ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବରେ ରହିବେ। ଆଜି ସଂଧ୍ୟା ଧୂପ ପରେ ଦଇତପତିମାନେ ମହାପ୍ରଭୁଙ୍କର ବାହୁଟକଣ୍ଟ ନୀତି କରିବେ। ଏହାସହ କୋଠସୁଆଁସିଆଁ ମାନେ ଚାରମାଳ ବାନ୍ଧିବେ। ଆସନ୍ତାକାଲି ଦଇତାପତି ମାନଙ୍କ ଦ୍ବାରା ପାଟବସ୍ତ୍ର ଆଛାଦିତ କରାଯାଇ ସେନାପଟା ଲାଗି କରାଯିବ। ସ୍ନାନ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ମହଲରେ ପ୍ରବଳ ଉତ୍ସାହ ଉଦ୍ଦୀପନା ପ୍ରକାଶ ପାଇଛି। ଏବେଠାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ବଢୁଥିବା ବେଳେ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାରେ ସାମିଲ ହେବା ପାଇଁ ଭକ୍ତ, ସେବାୟତ ଓ ଗବେଷକ ମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।
ଦଇତାସେବା ଏକ ପ୍ରମୁଖ ସେବା । ସେମାନେ ଦାରୁବ୍ରହ୍ମଙ୍କୁ ଆକୃତି ଦିଅନ୍ତି । ଅରୂପଙ୍କୁ ରୂପ ଦିଅନ୍ତି । ନିରାକାରଙ୍କୁ ଆକାର ଦିଅନ୍ତି । ଲୋକମୁଖରେ ଏମାନେ ମହାପ୍ରଭୁଙ୍କ ଭାଇବନ୍ଧୁ, ଜ୍ଞାତିକୁଟୁମ୍ବ କାରଣ ଏମାନେ ନବକଳେବର ଅବସରରେ ଶୁଦ୍ଧିକ୍ରିୟା ପାଳନ୍ତି । ମହାଅଣସର ବେଳେ ଘଟ ପରିବର୍ତ୍ତନ ତଥା ପୁରୁଣା ବିଗ୍ରହମାନେ ପାତାଳି ହେବା ପରେ ଏମାନଙ୍କ ଘରେ ଶୁଦ୍ଧି ପାଳନ ହୁଏ । ଏମାନେ ତେଲ ଲଗାଇ ମାର୍କଣ୍ଡ ତୀର୍ଥ ପୁଷ୍କରଣୀ ତୁଠରେ ସ୍ନାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଦାନ କରନ୍ତି । ଆହୁରି କେତେ ନୀତି, ପରମ୍ପରାର ଆଧାରରେ ଶ୍ରୀମନ୍ଦିରରେ ଦଇତାମାନଙ୍କ ସେବାରେ ରହିଛି ସ୍ୱତନ୍ତ୍ରତା ଆଉ ପ୍ରାଧାନ୍ୟ।
ପଢନ୍ତୁ ଏହି ଖବର: ଚଳଚଞ୍ଚଳ ରଥଖଳା, ୨୦୩ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ଶ୍ରୀବିଗ୍ରହମାନଙ୍କର ଅନେକ ଗୁପ୍ତସେବା ଅଧିକାର ଜରିଆରେ ଦଇତାମାନେ ମହାପ୍ରଭୁଙ୍କ ସାନିଧ୍ୟ ଲାଭକରି ନିଜ ପାର୍ଥିବ ଜୀବନକୁ ଧନ୍ୟ ମନେ କରନ୍ତି । ପୂର୍ଣ୍ଣ ସମର୍ପଣ ଭାବ ତଥା ଅଦମ୍ୟ ନିଷ୍ଠା ସହିତ ଏହି ବର୍ଗର ସେବକ ବର୍ଷର ଗୋଟିଏ ମାସ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା କରିଥାଆନ୍ତି । ଦଇତା ସେବା ଏକ ସାମୂହିକ ସେବା ବା ଦଳଗତ ସେବା । ପରିବାରର ସମସ୍ତ ପୁରୁଷ ସଦସ୍ୟ ସେବାର ଅଧିକାରୀ ଭାବରେ ପାଉଣା ବା ପ୍ରାପ୍ୟ ପାଇବାକୁ ହକଦାର । ପୁଅଟିଏ ଜନ୍ମ ହେବାର ଏକୋଇଶି ଦିନ ପରେ ପରିବାରର ବରିଷ୍ଠ ସଦସ୍ୟଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ଅଣାଯାଇ ତାଟି ପ୍ରବେଶ କରି ମହାପ୍ରଭୁଙ୍କ ନିକଟରେ ମୁଣ୍ଡ ଲଗାଇଲେ ସଦସ୍ୟ ଭାବରେ ଗଣାଯାଏ ଏବଂ ସେ ଅଧାଭାଗ ପାଇଥାଏ । ଏବେ ବୟସ ନିର୍ବିଶେଷରେ ଅନ୍ୟୂନ ୧୫୦ରୁ ଅଧିକ ଭାଗୁଆଳି ରହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦଇତା ସେବା ଖଟଣିରେ ଶାଢ଼ିବନ୍ଧା ପ୍ରଥା ନାହିଁ । ବରିଷ୍ଠମାନଙ୍କଠାରୁ ଅନୁଭୂତି ପ୍ରାପ୍ତ ହୋଇ କନିଷ୍ଠମାନେ ଆପେ ଆପେ ସେବାନୀତିର ଅଭିଜ୍ଞତା ହାସଲ କରନ୍ତି ।ଶ୍ରୀମନ୍ଦିରରେ ଉକ୍ତ ଏକ ମାସର ଆଧିପତ୍ୟ ଓ ଅଧିକୃତ ସେବାର ଫଳସ୍ୱରୂପ ଦଇତାକୂଳ ଶ୍ରୀମନ୍ଦିରର ସମଗ୍ର ବର୍ଷର ସମସ୍ତ ଆୟ ଆମଦାନୀ ଯଥା ମାହାଲ ନିଲାମ, ଦାନ ଦକ୍ଷିଣା ଓ ମାହାସୁଲ ଇତ୍ୟାଦି ସୂତ୍ରରୁ ଅର୍ଜିତ ରାଜସ୍ୱର ବାରଭାଗରୁ ଏକ ଭାଗ ପ୍ରାପ୍ତ ହୁଅନ୍ତି । ଏହା ବ୍ୟତୀତ ରଥଯାତ୍ରାରେ ଅତିରିକ୍ତ ସେବା ଓ ସଫଳତା ନିମନ୍ତେ ସ୍ୱତନ୍ତ୍ର ପୁରସ୍କାରର ବ୍ୟବସ୍ଥା ମଧ୍ୟ ରହିଛି ।ଦଇତାମାନେ ତିନିବାଡ଼ରେ ବିଭକ୍ତ ହୋଇ ସେବା କଲେ ମଧ୍ୟ ଗୋଷ୍ଠୀଗତ ଭାବେ ପାରସ୍ପରିକ ସହଯୋଗଭିତ୍ତିରେ ସମସ୍ତ କାର୍ଯ୍ୟ ସମାପନ କରିଥାନ୍ତି । ପ୍ରତିବାଡ଼ରେ ଜଣେ ବାଡ଼ଗ୍ରାହୀ ରହିଥାନ୍ତି । ବାଡ଼ଗ୍ରାହୀଙ୍କ ପରାମର୍ଶରେ ଅନ୍ୟ ଭାଇମାନେ କାର୍ଯ୍ୟ କରିଥାନ୍ତି
Related Topics
Explore more stories