Videos
|
Odisha

ପାହାଡ ଅତିକ୍ରମ କରିପାରୁନି ବିକାଶ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାହାଡ ଅତିକ୍ରମ କରିପାରୁନି ବିକାଶ

ଅର୍ଗସ ବ୍ୟୁରୋ: ପାହାଡ଼ ଘେରା କିରାଝଳା ଗାଁ। ଦିନେ ମାଓ ଗଡ଼ ଭାବେ ଥିଲା ପରିଚୟ..ସରକାର ଓ ପ୍ରଶାସନ ତପ୍ତର ଦେଖାଇ ଏହି ଅଞ୍ଛଳକୁ ମାଓମୁକ୍ତ କଲେ ସତ କିନ୍ତୁ  ଜିରାଝଳାରେ ଗଡିପାରିନି ବିକାଶର ରଥ ।  କୋରାପୁଟ  ତେନ୍ତୁଳିପଦର ପଞ୍ଚାୟତର କିରାଝଲା ଗାଁ। ଗାଁରେ ପାଖାପାଖି 60 ପରିବାର ବସବାସ କରନ୍ତି । ଗାଁ କୁ ଯିବାକୁ ହେଲେ ଚାରିଟି ପାହାଡ ଚଢିକି ଯିବାକୁ ପଡିଥାଏ। 2019 -2020ରେ ପଣସ ଠାରୁ କିରାଝୋଲା ଗା ପର୍ଯ୍ୟନ୍ତ ପାଖାପାଖି 15 ରୁ 18 କିଲୋମିଟର ରାସ୍ତା କାମ ଆରମ୍ଭ କରାଯାଇଥିଲା। ଏଥିପାଇଁ ପାଖାପାଖି 10 କୋଟି ଟଙ୍କା ମଞ୍ଜୁର ହୋଇଥିଲା।କିନ୍ତୁ ପିଲାପଣସ ଠାରୁ ଅଳ୍ପ କିଛି ବାଟ ପାହାଡ଼ କାଟି ରାସ୍ତା ନିର୍ମାଣ ପରେ ଠିକାଦାର ଛୁ । ଏବେବି ଗ୍ରାମବାସୀଙ୍କ ପାଇଁ ସ୍ଵପ୍ନ ପାଲଟିଛି ରାସ୍ତା।

ଗାଁରେ ଅପହଞ୍ଚ ବସୁଧା ଯୋଜନା। ପାନୀୟ ଜଳ ଯୋଗାଣ ପାଇଁ ଗାଁରେ କୌଣସି ବ୍ୟବସ୍ଥା ନାହିଁ। ଗାଁ ମୁଣ୍ଡ ପାହାଡ଼ରୁ ଆସିଥିବା ଝରଣା ପାଣିକୁ ପାଇପ ଯୋଗେ ଆଣି ବ୍ୟବହାର କରୁଛନ୍ତି  ଜିରାଝୋଲବାସୀ। କିରାଝଲା ଗାଁର ଆଦିବାସୀଙ୍କ ମୌଳିକ ସୁବିଧାର ସମସ୍ୟାର ସମାଧାନ ପାଇଁ ପଞ୍ଚାୟତର ଠାରୁ ଆରମ୍ଭ କରି ବ୍ଲକ୍ ଓ ଜିଲ୍ଲାପାଳ ବିଧାୟକ ଓ ସାଂସଦ ପର୍ଯ୍ୟନ୍ତ ଦ୍ୱାରସ୍ଥ ହେଇଥିଲେ ବି କୌଣସି ପ୍ରକାର ସୁବିଧା ମିଳିପାରୁ ନାହିଁ। ଶେଷରେ ନିରାଶ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଦୁର୍ଗମରେ ରାଜ୍ୟ ସରକାରଙ୍କ ବିଫଳ ସଡକ ଯୋଜନାର ଏ ହେଉଛି ବାସ୍ତବ ଚିତ୍ର। ଯେଉଁଠି ଅର୍ଥ ମଞ୍ଜୁର ପରେବି ହୋଇ ପାରୁନି ରାସ୍ତାକାମ। ବିନା ରାସ୍ତାରେ ବର୍ଷ ବର୍ଷ ଧରି ସଂଗ୍ରମ କରୁଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Development cannot pass over the hills | Argus News