Videos
|
Odisha

ଡ଼ୁମଡୁମୀ ଗାଁରେ ଆଜି ବି ବିକାଶ ଅପହଞ୍ଚ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଡ଼ୁମଡୁମୀ ଗାଁରେ ଆଜି ବି ବିକାଶ ଅପହଞ୍ଚ

ଅର୍ଗସ ବ୍ୟୁରୋ: ପାହାଡ ତଳେ ଅସହାୟ ଡ଼ୁମଡୁମୀ। ଗାଁର ଅବସ୍ଥା ଦେଖିଲେ ଲାଗିବ ସତେ ଯେମିତି ପାହାଡର ଚଟ୍ଟାଣ ଡେଇଁ ପହଞ୍ଚି ପାରିନି ବିକାଶ। ମନ୍ତ୍ରୀ ଟୁକୁନୀ ସାହୁ ଘର ଠାରୁ ମାତ୍ର 10 କିଲୋମିଟର ଗଲେ ପଡେ ଏହି ଗାଁ ।  ମାତ୍ର ବିକାଶ ଏଠି ପାଦ ମାଡିନି। ଗାଁକୁ ଯିବାକୁ ନାହିଁ ରାସ୍ତା ଫଳରେ ପ୍ରତିଦିନ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୁଅନ୍ତି ଗ୍ରାମବାସୀ। ସେଥି ପାଇଁ ବୋଧେ ମାଡାମ ଟୁକୁନିଙ୍କ ଏହି ଗାଁକୁ ପାଦ ପଡିନି। ଆଜି ପର୍ଯ୍ୟନ୍ତ ଅଞ୍ଚଳବାସୀ ମାଡାମଙ୍କୁ ଦେଖି ନାହାନ୍ତି।

ଜଙ୍ଗଲ ପାହାଡ଼ ଘେରା ଡ଼ୁମଡୁମୀରେ 20 ରୁ ଅଧିକ ପରିବାର ବସବାସ କରନ୍ତି।  ହେଲେ ମୌଳିକ ସୁବିଧା କହିଲେ ଆଯିଯାଏଁ ଗାଁରେ କିଛି ପହଞ୍ଚିନି। ଗାଁରେ ଆଜିବି ଆବାସ ଅପହଞ୍ଚ। ଝାଟିମାଟିର ଚାଳ ଛପର ଘରେ ଏଠି ଆଜିବି ପକ୍କାଘର ଆଶାରେ ଗ୍ରାମବାସୀ। ପାନୀୟ ଜଳ ଯୋଗାଣ ଆଜିବି ଗାଁରେ ଅପହଞ୍ଚ। ବସୁଧା କଣ ଡ଼ୁମଡୁମୀବାସୀ ଯାଣି ନାହାନ୍ତି। କୂଅ ଏବଂ ଚୂଆ ପାଣି ଏଠି ଲୋକଙ୍କ ଶୋଷ ମେଣ୍ଟାଏ। ଗାଁରେ ପାଠପଢିବା ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ। ଏବେବି ଏଠାରେ ଅନେକ ଶିଶୁ ପାଠପଢାରୁ ବିଚ୍ୟୁତ। ସେଭଳି ଆଜିଯାଏଁ ଗାଁକୁ ମୋବାଇଲ ନେଟୱର୍କ ମଧ୍ୟ ପହଞ୍ଚିନି। ନାହିଁ ନାହିଁର ଗାଁ ଡ଼ୁମଡୁମୀ। ଏଠି ବିକାଶ ବାଟବଣା ତ ନୁହେଁ ଦିବା ସ୍ବପ୍ନ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Development has not yet reached the small village | Argus News